Latest Odisha News

BREAKING NEWS

ବିଳମ୍ବିତ ରାତିରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ, ଲକ୍ଷାଧିକ ଟଙ୍କାର ଔଷଧ ଜଳିଗଲା

ବୌଦ୍ଧ:ରାତି ଅଧରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ । ଏମିତି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ରାତି ଅଧରେ ଲାଗି ଯାଇଛି ନିଆଁ । ରାତି ପ୍ରାୟ ୨ଟାରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପି ଲକ୍ଷାଧିକ ଟଙ୍କାର ମେଡିସିନ, ଇଞ୍ଜେକ୍ସନ, ବୈଦ୍ୟୁତିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରୁ ହଠାତ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ସିକ୍ୟୁରିଟି ଗାର୍ଡ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ବୌଦ୍ଧ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୨ଘଣ୍ଟା ଲାଗିଥିଲା ନିଆଁକୁ ଆୟତ୍ତ କରିବା ପାଇଁ ।

ତେବେ ସେତେବେଳକୁ ବହୁ ମୂଲ୍ୟବାନ ଔଷଧ ଓ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.