Latest Odisha News

ଗଞ୍ଜାମରୁ ଜବତ ହେଲା ୫୦ ଲକ୍ଷ ଟଙ୍କା ମୂଲ୍ୟର ବାଣ

ବ୍ରହ୍ମପୁର: କରୋନା ପାଇଁ ସରକାର ବାଣ କିଣାବିକା ଉପରେ ରୋକ ଲଗାଇଛି ସରକାର। ମାତ୍ର ଏହା ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ଧାରାକୋଟେରୁ ଗୁରୁବାର ଦିନ ପୋଲିସ ଜବତ କରିଛି ୫୦ ଲକ୍ଷ ଟଙ୍କା ମୂଲ୍ୟର ବାଣ।

ବିପୁଳ ପରିମାଣରେ ବାଣ ବୋଝେଇ କରି ଯାଉଥିବା ଏକ ଟ୍ରକକୁ ପୋଲିସ ଅଟକାଇଥିଲା। ଯାଞ୍ଚ ସମୟରେ ଏଥିରୁ ବିପୁଳ ପରିମାଣର ବାଣ ମିଳିଥିଲା।

ଏନେଇ ଧାରାକୋଟ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

Comments are closed.