Latest Odisha News

ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ଗୁଳିମାଡ଼

ଓଟାୱା: ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ହୋଇଛଇ ଗୁଳିମାଡ଼ । ତାଙ୍କର କାନାଡାସ୍ଥିତ ବଙ୍ଗଳା ଉପରେ ଶନିବାର ଏହି ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ ପାଇଁ କୁଖ୍ୟାତ ଅପରାଧିକ ଗୋଷ୍ଠୀ ଲରେନ୍ସ ବିଷ୍ଣୋଇ ଗ୍ରୁପ୍ ନିଜକୁ ଦାୟୀ କରିଛି । ଗିପ୍ପି ଗ୍ରେୱାଲଙ୍କ ବଙ୍ଗଳା କାନାଡାର ଭାନକୁଭରର ହ୍ୱାଇଟ୍ ରକ୍ ଅଞ୍ଚଳରେ ରହିଛି, ଯେଉଁଠାରେ ଏହି ଗୁଳିକାଣ୍ଡ ଘଟିଥିଲା ।

ଲରେନ୍ସ ବିଷ୍ଣୋଇ ଫେସବୁକରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ ସେ ଏହି ଗୁଳିକାଣ୍ଡ କରିଛନ୍ତି । ବିଷ୍ଣୋଇ ଲେଖିଛନ୍ତି, “ହଁ, ସତ୍ ଶ୍ରୀଅକାଲ ରାମ ରାମ ସବନୁ, ଆଜି ଲରେନ୍ସ ବିଷ୍ଣୋଇ ଗ୍ରୁପ୍ ଭ୍ୟାନକୁଭର ହ୍ୱାଇଟ୍ ରକ୍ ଏରିଆରେ ଥିବା ଗିପ୍ପି ଗ୍ରେୱାଲଙ୍କ ବଙ୍ଗଳାରେ ଗୁଳି ଚଳାଇଥିଲା । ଗିପ୍ପିଙ୍କୁ ସମ୍ବୋଧନ କରି ସେ ଆହୁରି ମଧ୍ୟ ଲେଖିଛି, “ସଲମାନକୁ ସବୁବେଳେ ଭାଇ ଭାଇ ବୋଲି କହୁଛୁ, ଏବେ ତୋତେ ତୋ ଭାଇ ବଞ୍ଚାଇବ କି ? ସଲମାନକୁ ବି ଏକ ବାର୍ତ୍ତା ହେଉଛି ଯେ ତୋତେ ଦାଉଦ ବି ସହାୟତା କରିପାରିବ ନାହିଁ, କେହି ତୋତେ ଆମଠାରୁ ରକ୍ଷା କରିପାରିବେ ନାହିଁ । ସୂଚନାଯୋଗ୍ୟ ଯେ, ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ପାଇଁ ବି ଲରେନ୍ସକୁ ଦାୟୀ କରାଯାଉଛି ।

Comments are closed.