Latest Odisha News

BREAKING NEWS

ସିଏଏ ପ୍ରଦର୍ଶନ ବେଳେ ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି

ନୂଆଦିଲ୍ଳୀ: ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ନିକଟରେ ଫୁଟିଲା ଗୁଳି । ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଳିଥିବା ବେଳେ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଦିଲ୍ଳୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ଜାମିଆର ଛାତ୍ର ନା ସାଧାରଣ ବ୍ୟକ୍ତି ତାହା ଜଣାପଡିନାହିଁ । ସେପଟେ ଦୁର୍ବୃତ ଜଣକ ଗୁଳି ଚାଳନ କରିବା ପରେ ଆନ୍ଦୋଳନକାରୀଙ୍କୁ ‘ଏଇ ନିଅ ଆଜାଦୀ’ ବୋଲି କହିଛି । ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକେ ଆଜାଦୀ ନାରା ଦେଉଥିଲେ । ଏହି ସମୟରେ ଦୁର୍ବୃତ ଜଣକ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇ ଏପରି କହିଥିବା ଜଣାପଡିଛି । ତେବେ ଏହି ଗୁଳିମାଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।


ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁର୍ବୃତ ଜଣକ କଳା ରଙ୍ଗର ଜ୍ୟାକେଟ ଓ ଧଳା ପ୍ୟାଂଟ ପିନ୍ଧିଥିଲେ । ସେ ହାତରେ ବନ୍ଧୁକ ଧରି ଆନ୍ଦୋଳନକାରୀଙ୍କୁ ଧମକ ଦେଉଥିଲେ । ସେମାନଙ୍କୁ ବନ୍ଧୁକ ଦେଖାଇ କିଏ ଆଜାଦୀ ଚାହୁଁଛ ବୋଳି ପ୍ରଶ୍ନ କରିଥିଲେ । ଏଥିସହ ମୁଁ ତୁମକୁ ଆଜାଦୀ ଦେବି କହି ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ପୋଳିସ ପହଂଚି ଗୁଳିମାଡ କରିଥିବା ଦୁର୍ବୃତକୁ ଗିରଫ କରି ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.