Latest Odisha News

BREAKING NEWS

ରାୟପୁରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମର ପର୍ଦ୍ଦାଫାସ, ତ୍ରିକୋଣୀୟ ପ୍ରେମ ପାଇଁ କାଣ୍ଡ

ଝାରସୁଗୁଡ଼ା: ରାୟପୁରରେ ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣା । ଘଟଣା ପଛରେ ବ୍ୟବସାୟିକ ଶତ୍ରୁତା ନୁହେଁ ବରଂ ତ୍ରିକୋଣୀୟ ପ୍ରେମ ଥିବା ପୋଲିସର ସୂଚନା । ମାଷ୍ଟରମାଇଣ୍ଡ ଓ ୨ସହଯୋଗୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ମାଷ୍ଟରମାଇଣ୍ଡ ସୁନୀଲ କେଡ଼ିଆ, ସନ୍ତୋଷ ସିଂ ଓ ସୁପାରୀ କିଲର ଅମନ ଶର୍ମାକୁ ରାଏପୁର ତେଲିଭାଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସନ୍ତୋଷ ସିଂ ଓ ସୁନୀଲ କେଡିଆଙ୍କ ନିର୍ଦ୍ଦେଶରେ ସନ୍ଦୀପ ଜୈନଙ୍କ ଉପରକୁ ଗୁଳି ଚଳାଇଥିଲା ଅମନ ଶର୍ମା । ପଚରାଉଚରା ବେଳେ ଏହା ମାନିଛି ଅମନ। ଏହାପରେ ସନ୍ତୋଷ ଓ ସୁନୀଲ ଉଭୟଙ୍କୁ ପୋଲିସ ପଚରାଉଚରା କରିଥିଲା । ତେବେ ଏହି ଘଟଣା ବ୍ୟବସାୟିକ ଶତ୍ରୁତା ଯୋଗୁଁ ନୁହେଁ ବରଂ ତ୍ରିକୋଣୀୟ ପ୍ରେମ ପାଇଁ ଘଟିଥିବା ପୋଲିସ କହିଛି ।

ଗତ ୨୦ତାରିଖରେ ରାଏପୁରର ଲାଭଣ୍ଡିରେ ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ଗୁଳିକରି ହତ୍ୟା ଉଦ୍ୟମ କରାଯାଇଥିଲା । ଘଟଣାର ତଦନ୍ତ କରି ପୋଲିସ ସୁପାରୀ କିଲର ଅମନ ଶର୍ମାକୁ ଉଠାଇ ଆଣିଥିଲା । ପଚରାଉଚରା ପରେ ଅମନ ସବୁ ଘଟଣା ପୋଲିସ ଆଗରେ ମାନିଥିଲା । ଘଟଣାର ମାଷ୍ଟରମାଇଣ୍ଡ ସୁନୀଲ କେଡ଼ିଆ । ସୁନୀଲ କେଡିଆର ଦିଲ୍ଲୀର ଜଣେ ଯୁବତୀଙ୍କ ସହିତ ବହୁ ଦିନର ବନ୍ଧୁତା ଥିଲା । ସେହି ଯୁବତୀଙ୍କୁ ସୁନୀଲ କେଡିଆ ଦିଲ୍ଲୀରେ ଏକ ଫ୍ଲାଟ କିଣି ଗିଫ୍ଟ ଦେଇଥିଲେ। ଏହି ସମୟରେ ସୁନୀଲ କେଡ଼ିଆ ଏବଂ ମହିଳା ବନ୍ଧୁଙ୍କ ମଧ୍ୟରେ ହଠାତ ପଶି ଆସିଥିଲ ରାୟପୁରର ବ୍ୟବସାୟୀ ସନ୍ଦୀପ ଜୈନ । ଏହି ବିଷୟରେ ଜାଣିବା ପରେ ସୁନୀଲ ଓ ତାଙ୍କ ମହିଳା ବନ୍ଧୁଙ୍କ ସହ ପାଟିତୁଣ୍ଡ ଓ ଝଗଡ଼ା ହୋଇଥିଲା । ପରେ ସୁନୀଲ କେଡ଼ିଆଙ୍କ ମହିଳା ବନ୍ଧୁ ସୁନୀଲଙ୍କ ମୋବାଇଲ ନମ୍ବରକୁ ବ୍ଲକ କରି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସନ୍ଦୀପ ଜୈନଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ କରିଥିଲା ସୁନୀଲ । ସୁପାରୀ ଦେବା ସହ ତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା ।

Comments are closed.