Latest Odisha News

ହେରା ଫେରୀ ୩ ପାଇଁ ରାଇଟ୍ସ ହାତେଇଲେ ଫିରୋଜ ନାଡିୟାଡୱାଲା

ମୁମ୍ବାଇ:ହେରା ଫେରୀ, ଆୱାରା ପାଗଲ ଦିୱାନା, ଫିର ହେରା ଫେରୀ, ୱେଲକମ ଓ ଆନ ପରି ସୁପରହିଟ ଫିଲ୍ମ କରିଥିବା ନିର୍ମାତା ଫିରୋଜ ନାଡିୟାଡୱାଲା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫିରୋଜ ଏବେ ଇରୋସ ସହିତ ଥିବା ସମସ୍ତ ମତଭେଦ ଦୂର କରି ହେରାଫେରୀ ୩ ରାcଇଟ୍ସ ହାତେଇବାରେ ସଫଳ ହୋଇଛି । ଖୁବ ଶୀଘ୍ର ଏହାର ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଇ ଫିଲ୍ମ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଅକ୍ଷୟ କୁମାର, ପରେଶ ରାୱଲ ଓ ସୁନୀଲ ଶେଟ୍ଟୀଙ୍କ କମ୍ବିନେଶନ ହେରାଫେରୀକୁ ଦର୍ଶକଙ୍କ ନିକଟରେ ବେଶ ଲୋକପ୍ରିୟ କରାଇଥିଲେ । ୨ଟି ଯାକ ସଂସ୍କରଣ ହିଟ ହେବା ପରେ ଏବେ ଏହାର ତୃତୀୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ବିଧିବଦ୍ଧ ଭାବେ ହେରାଫେରୀ ୩ ସମ୍ପର୍କରେ ଘୋଷଣା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଫିରୋଜ ନିକଟରେ ଅକ୍ଷୟ କୁମାରଙ୍କ ସହ ୱେଲକମ ଟୁ ଦି ଜଙ୍ଗଲର ଶୁଟିଂ ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.