Latest Odisha News

BREAKING NEWS

କରୋନାକୁ ମାରିବ ଦେଶୀ ମେଡିସିନ୍ 2DG, ଆଣ୍ଟି କରୋନା ଭାଇରାଲ୍ ଔଷଧର ଶୁଭାରମ୍ଭ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼ଇରେ ସାମିଲ ହେଲା ଡିଆରଡିଓ ପ୍ରସ୍ତୁତ ଆଣ୍ଟି ଭାଇରାଲ୍ ଔଷଧ 2DG । ଦିଲ୍ଲୀ ସ୍ଥିତ ଡିଆରଡିଓ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ମେଡିସର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ବିଭିନ୍ନ ହସ୍ପିଟାଲରେ ୧୦ ହଜାର ରୋଗୀଙ୍କୁ ଏହି ମେଡିସିନ୍ ଦିଆଯିବ ।

କରୋନା ସଂକ୍ରମିତ ମଧ୍ୟମ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ପ୍ରଭାବୀ ବୋଲି କହିଛି ଡିଆରଡିଓ । ରୋଗୀ ତୁରନ୍ତ ଆରୋଗ୍ୟ ହୋଇପାରୁଛନ୍ତି । 2DG ଔଷଧ ଅକ୍ସିଜେନ୍ ଉପରେ ରୋଗୀଙ୍କ ନିର୍ଭରତା ବି କମାଉଛି । ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିଲା ।

୨-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧକୁ ହାଇଦ୍ରାବାଦର ପ୍ରଖ୍ୟାତ ଔଷଧ ନିର୍ମାତା ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ସହଯୋଗରେ ‘ଡିଆର୍‌ଡିଓ’ ଲ୍ୟାବ୍‌ ପ୍ରସ୍ତୁତ କରିଛି । ନିକଟରେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ ବା DCGI । ଏହି ମେଡିସିନ୍ ପାଉଡର ଆକାରରେ ଉପଲବ୍ଧ । ଏହାକୁ ପାଣିରେ ଗୋଳାଇ ପିଇବାକୁ ପଡ଼ିବ ।

Leave A Reply

Your email address will not be published.