ମାଲକାନଗିରି : ଚର୍ଚ୍ଚାରେ ଉଚ୍ଚ ଶିକ୍ଷିତା ବଣ୍ଡା ଯୁବତୀ । ପଙ୍କରେ ପଦ୍ମ ଫୁଟିଲା ଭଳି ମାଲକାନଗିରିରେ ଉଦାହରଣ ପାଲଟିଛନ୍ତି ବଣ୍ଡା ଯୁବତୀ ମାଳତୀ ଶିଶା । ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ଜଣେ ଯୁବତୀ ଏମ.ଏ. ପାଶ କରିଛନ୍ତି । ଯାହାକୁ ନେଇ ଏବେ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ।
ତେବେ ମାଳତୀ କେବଳ ଏମ.ଏ. ପାଶ କରି ନାହାନ୍ତି ନିଜସ୍ବ ବୁଦ୍ଧି ବଳରେ ପାହାଡର ଛାତିକୁ ଚିରି ଏକ କୁଅ ମଧ୍ୟ ଖୋଳିଛନ୍ତି । ଆଉ ସେହି କୁଅ ପାଣିରେ ପରିବାରର ଶୋଷ ମେଣ୍ଟିବା ସହ ପନି ପରିବା ଚାଷ ମଧ୍ୟ ହେଉଛି । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ଶିକ୍ଷାର ହାର ହେଉଛି ମାତ୍ର ମାତ୍ର ୧୫ ପ୍ରତିଶତ । ହେଲେ ଏହାରି ଭିତରେ ପଙ୍କରୁ ପଦ୍ନ ଫୁଟିଲା ପରି ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ମାଳତୀ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ବଣ୍ଡା ଘାଟିର ବାଣ୍ଡିଗୁଡା ଗ୍ରାମରେ ବାସ କରୁଥିବା ମାଳତୀ ଶିଶା ମୁଦୁଲି ପଡା ସେବାଶ୍ରମରେ ପ୍ରାଥମିକ ଶିକ୍ଷା ଲାଭ କରିଛନ୍ତି । ଏହାପରେ ଉଚ୍ଚଶିକ୍ଷା ପାଇଁ ସେ ଘାଟି ତଳକୁ ଆସିଥିଲେ । ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରୁ ପ୍ରଥମେ ବି.ଏ. ଓ ପରେ ଏମ.ଏ ପାଶ କରିଛନ୍ତି ମାଳତୀ ଶିଶା ।
ହେଲେ ମାଳତୀଙ୍କ ଏହି ସଫଳତା ପାଇଁ ତାଙ୍କ ନିକଟକୁ ମାଳ ମାଳ ଶୁଭେଚ୍ଛା ଛୁଟି ଆସୁଛି ହେଲେ ଅତି ଗରିବ ଶ୍ରେଣୀର ଏହି ବଣ୍ଡା ଯୁବତିଙ୍କୁ କିନ୍ତୁ ସରକାରି ଚାକିରି ଖଣ୍ଡେ ମିଳିପାରୁ ନାହି । ତଥାପି କାହାରିକୁ ଦୋଷ ନଦେଇ ଆଗକୁ ମାଡି ଚାଲିଛନ୍ତି ମାଳତୀ । ନିଜ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ପ୍ରତିଦିନ ଛୋଟ ଛୋଟ ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ କରୁଛନ୍ତି ସେ ।
ଶିକ୍ଷାର ବିକାଶ ହେଲେ ଯାଇ ମଣିଷର ସର୍ବାଙ୍ଗିନ ବିକାଶ ହୋଇଥାଏ । ଯାହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ମାଳତୀ । ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସିଙ୍କ ଜଳ କଷ୍ଟ ଦୁର କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ମାଳତିଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବାର ଡି.ଆର.ଡି.ଏ ର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।
BREAKING NEWS
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
- Dhurandhar Song In Guinness World Record: ସାରା ବିଶ୍ୱରେ କ୍ରେଜ୍ ବଢ଼ାଇଛି ଧୁରନ୍ଧର୍ ସିନେମାର ଏହି ଗୀତ, ଭାଙ୍ଗିଲା ଗିନିଜ୍ ବିଶ୍ୱ ରେକର୍ଡ…ଖୁବ୍ ଶୀଘ୍ର ଭାରତ ଆସିବେ ଗାୟକ
- Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଧାୟକ…
- ଓଡ଼ିଆ ଭାଷାରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ; ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ
- ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ
Comments are closed.