Latest Odisha News

BREAKING NEWS

ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା

ଲଦାଖ: ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା । ଗାନ୍ଧୀ ଜୟନ୍ତୀ ଅବସରରେ ୨୨୫ ଫୁଟ ଲମ୍ବ ଓ ୧୫୦ ଫୁଟ ଓସାରର ବିଶାଳ ତ୍ରିରଙ୍ଗା ଉଡିଲା । ତ୍ରିରଙ୍ଗା ୨୨୫ ଫିଟ ଲମ୍ବ ଓ ୧୫୦ ଫିଟ ଚଉଡା ରହିଛି । ଏଥିସହ ଏହାର ଓଜନ ରହିଛି ୧ ହଜାର କେଜି । ଏହି ବିଶାଳ ଖଦି ତ୍ରିରଙ୍ଗାକୁ ଭାରତୀୟ ସେନାର ୫୭ ଇଂଜିନିୟର ରେଜିମେଂଟ ତିଆରି କରିଛି ।

ଲଦାଖ ଉପରାଜ୍ୟପାଳ ଆର. କେ. ମାଥୁର କାଯ୍ୟକ୍ରମ ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରତୀୟ ସ୍ଥଳସେନା ମୁଖ୍ୟ ଏମଏମ ନରଓ୍ବାଣେ ମଧ୍ୟ ଉପସ୍ଥିତି ଥିଲେ । ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭାରତୀୟ ସେବା ମୁଖ୍ୟ ଏମ୍‌.ଏମ୍‌. ନରଓ୍ବାଣେ । ଏହି ଅବସରରେ ସେ କହିଛନ୍ତି ଯେ, ସୀମାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ଚୀନ । ତେବେ ସୀମାରେ ଯେଭଳି ଅଧିକ ସୈନ୍ୟ ମୁତୟନ କରିହେବ ସେ ନେଇ ଚାଇନା ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ତୟାର ଭାରତୀୟ ସେନା ।

ପାଖରେ ମହଜୁଦ ରଖିଛନ୍ତି ଅଛି ଆଧୁନିକ ଅସ୍ତ୍ରଶସ୍ତ୍ର । ଭାରତୀୟ ସେନା ସଶକ୍ତ ସ୍ଥିତିରେ ରହିବା ସହ ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ସେନା ମୁଖ୍ୟ । ସେ ଆହୁରି କହିଛନ୍ତି ଏଲ୍‌ଏସିରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଇତିମଧ୍ୟରେ ୧୨ ଥର ଆଲୋଚନା ହୋଇସାରିଛି ।

ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଖୁବ୍‌ ଶୀଘ୍ର ବୈଠକ ବସିବ । ଆଶା କରାଯାଉଛି ସମସ୍ତ ସମସ୍ୟାର ସଫଳ ସମାଧାନ ସମ୍ଭବ ହେବ । ସେହିପରି ପାକିସ୍ତାନ ସମ୍ପର୍କରେ ସେନାମୁଖ୍ୟ କହିଛନ୍ତି ଯେ, ଦୁଇଦେଶ ମଧ୍ୟ ଅସ୍ତ୍ର ବିରତି ଚୁକ୍ତି ବେଶ୍‌ ସଫଳ ରହିଛି । ତେବେ ଗତ ୨ ମାସ ଧରି ଏଲ୍‌ଓସିରେ ଅନୁପ୍ରବେଶ ଘଟଣାରେ ବୃଦ୍ଧି ଘଟିଛି । ପାକିସ୍ତାନ ସୈନ୍ୟଙ୍କ ଅଜାଣତରେ ଅନୁପ୍ରବେଶ ହେବା ସମ୍ଭବ ନୁହେଁ ।

Leave A Reply

Your email address will not be published.