Latest Odisha News

BREAKING NEWS

ବଣ୍ଡା ଘାଟିର ଗର୍ବ ମାଳତୀ ଶୀଶା

ମାଲକାନଗିରି : ଚର୍ଚ୍ଚାରେ ଉଚ୍ଚ ଶିକ୍ଷିତା ବଣ୍ଡା ଯୁବତୀ । ପଙ୍କରେ ପଦ୍ମ ଫୁଟିଲା ଭଳି ମାଲକାନଗିରିରେ ଉଦାହରଣ ପାଲଟିଛନ୍ତି ବଣ୍ଡା ଯୁବତୀ ମାଳତୀ ଶିଶା । ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ଜଣେ ଯୁବତୀ ଏମ.ଏ. ପାଶ କରିଛନ୍ତି । ଯାହାକୁ ନେଇ ଏବେ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା । ତେବେ ମାଳତୀ କେବଳ ଏମ.ଏ. ପାଶ କରି ନାହାନ୍ତି ନିଜସ୍ବ ବୁଦ୍ଧି ବଳରେ ପାହାଡର ଛାତିକୁ ଚିରି ଏକ କୁଅ ମଧ୍ୟ ଖୋଳିଛନ୍ତି । ଆଉ ସେହି କୁଅ ପାଣିରେ ପରିବାରର ଶୋଷ ମେଣ୍ଟିବା ସହ ପନି ପରିବା ଚାଷ ମଧ୍ୟ ହେଉଛି ।  ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ଶିକ୍ଷାର ହାର ହେଉଛି ମାତ୍ର ମାତ୍ର ୧୫ ପ୍ରତିଶତ । ହେଲେ ଏହାରି ଭିତରେ ପଙ୍କରୁ ପଦ୍ନ ଫୁଟିଲା ପରି ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ମାଳତୀ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ବଣ୍ଡା ଘାଟିର ବାଣ୍ଡିଗୁଡା ଗ୍ରାମରେ ବାସ କରୁଥିବା ମାଳତୀ ଶିଶା ମୁଦୁଲି ପଡା ସେବାଶ୍ରମରେ ପ୍ରାଥମିକ ଶିକ୍ଷା ଲାଭ କରିଛନ୍ତି । ଏହାପରେ ଉଚ୍ଚଶିକ୍ଷା ପାଇଁ ସେ ଘାଟି ତଳକୁ ଆସିଥିଲେ । ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରୁ ପ୍ରଥମେ ବି.ଏ. ଓ ପରେ ଏମ.ଏ ପାଶ କରିଛନ୍ତି ମାଳତୀ ଶିଶା ।ହେଲେ ମାଳତୀଙ୍କ ଏହି ସଫଳତା ପାଇଁ ତାଙ୍କ ନିକଟକୁ ମାଳ ମାଳ ଶୁଭେଚ୍ଛା ଛୁଟି ଆସୁଛି ହେଲେ ଅତି ଗରିବ ଶ୍ରେଣୀର ଏହି ବଣ୍ଡା ଯୁବତିଙ୍କୁ କିନ୍ତୁ ସରକାରି ଚାକିରି ଖଣ୍ଡେ ମିଳିପାରୁ ନାହି । ତଥାପି କାହାରିକୁ ଦୋଷ ନଦେଇ ଆଗକୁ ମାଡି ଚାଲିଛନ୍ତି ମାଳତୀ । ନିଜ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ପ୍ରତିଦିନ ଛୋଟ ଛୋଟ ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ କରୁଛନ୍ତି ସେ ।ଶିକ୍ଷାର ବିକାଶ ହେଲେ ଯାଇ ମଣିଷର ସର୍ବାଙ୍ଗିନ ବିକାଶ ହୋଇଥାଏ । ଯାହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ମାଳତୀ । ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସିଙ୍କ ଜଳ କଷ୍ଟ ଦୁର କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ମାଳତିଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବାର ଡି.ଆର.ଡି.ଏ ର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.