ମାଲକାନଗିରି : ଚର୍ଚ୍ଚାରେ ଉଚ୍ଚ ଶିକ୍ଷିତା ବଣ୍ଡା ଯୁବତୀ । ପଙ୍କରେ ପଦ୍ମ ଫୁଟିଲା ଭଳି ମାଲକାନଗିରିରେ ଉଦାହରଣ ପାଲଟିଛନ୍ତି ବଣ୍ଡା ଯୁବତୀ ମାଳତୀ ଶିଶା । ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ଜଣେ ଯୁବତୀ ଏମ.ଏ. ପାଶ କରିଛନ୍ତି । ଯାହାକୁ ନେଇ ଏବେ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ।
ତେବେ ମାଳତୀ କେବଳ ଏମ.ଏ. ପାଶ କରି ନାହାନ୍ତି ନିଜସ୍ବ ବୁଦ୍ଧି ବଳରେ ପାହାଡର ଛାତିକୁ ଚିରି ଏକ କୁଅ ମଧ୍ୟ ଖୋଳିଛନ୍ତି । ଆଉ ସେହି କୁଅ ପାଣିରେ ପରିବାରର ଶୋଷ ମେଣ୍ଟିବା ସହ ପନି ପରିବା ଚାଷ ମଧ୍ୟ ହେଉଛି । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ଶିକ୍ଷାର ହାର ହେଉଛି ମାତ୍ର ମାତ୍ର ୧୫ ପ୍ରତିଶତ । ହେଲେ ଏହାରି ଭିତରେ ପଙ୍କରୁ ପଦ୍ନ ଫୁଟିଲା ପରି ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ମାଳତୀ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ବଣ୍ଡା ଘାଟିର ବାଣ୍ଡିଗୁଡା ଗ୍ରାମରେ ବାସ କରୁଥିବା ମାଳତୀ ଶିଶା ମୁଦୁଲି ପଡା ସେବାଶ୍ରମରେ ପ୍ରାଥମିକ ଶିକ୍ଷା ଲାଭ କରିଛନ୍ତି । ଏହାପରେ ଉଚ୍ଚଶିକ୍ଷା ପାଇଁ ସେ ଘାଟି ତଳକୁ ଆସିଥିଲେ । ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରୁ ପ୍ରଥମେ ବି.ଏ. ଓ ପରେ ଏମ.ଏ ପାଶ କରିଛନ୍ତି ମାଳତୀ ଶିଶା ।
ହେଲେ ମାଳତୀଙ୍କ ଏହି ସଫଳତା ପାଇଁ ତାଙ୍କ ନିକଟକୁ ମାଳ ମାଳ ଶୁଭେଚ୍ଛା ଛୁଟି ଆସୁଛି ହେଲେ ଅତି ଗରିବ ଶ୍ରେଣୀର ଏହି ବଣ୍ଡା ଯୁବତିଙ୍କୁ କିନ୍ତୁ ସରକାରି ଚାକିରି ଖଣ୍ଡେ ମିଳିପାରୁ ନାହି । ତଥାପି କାହାରିକୁ ଦୋଷ ନଦେଇ ଆଗକୁ ମାଡି ଚାଲିଛନ୍ତି ମାଳତୀ । ନିଜ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ପ୍ରତିଦିନ ଛୋଟ ଛୋଟ ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ କରୁଛନ୍ତି ସେ ।
ଶିକ୍ଷାର ବିକାଶ ହେଲେ ଯାଇ ମଣିଷର ସର୍ବାଙ୍ଗିନ ବିକାଶ ହୋଇଥାଏ । ଯାହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ମାଳତୀ । ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସିଙ୍କ ଜଳ କଷ୍ଟ ଦୁର କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ମାଳତିଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବାର ଡି.ଆର.ଡି.ଏ ର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।
BREAKING NEWS
- ରାୟଗଡ଼ାର ବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତ, ୨୦ ଛାତ୍ରୀ ଅସୁସ୍ଥ
- ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍ରେ ବିକ୍ଷୋଭ
- ନାଇଜର ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ
- WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…
- Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…
- ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…
- ବିନା ଅନୁମତିରେ ଗଛ କାଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ
- ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ୫ ଶିଶୁ ଗୁରୁତର
- ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ

Comments are closed.