Latest Odisha News

BREAKING NEWS

କରୋନାଭାଇରସ: ପ୍ରଥମ ଭ୍ୟାକସିନ ବାହାର କଲା ଆମେରିକା !

ୱାସିଂଟନ: କରୋନାଭାଇରସର ଆତଙ୍କରେ ସାରା ବିଶ୍ୱ ଚିନ୍ତିତ ହୋଇପଡିଥିବା ବେଳେ ଏହାର ଚିକିତ୍ସା ଲାଗି ଭ୍ୟାକସିନ ବାହାର କରିଥିବା ଦାବି କରିଛି ଆମେରିକା ।

ଆମେରିକା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥର ବୈଜ୍ଞାନିକମାନେ ଏହା ବାହାର କରିଥିବା ନେଇ କୁହାଯାଉଥିବା ବେଳେ ଏହି ଭ୍ୟାକସିନ୍ ଜଣେ ବ୍ୟକ୍ତିଙ୍କ ଶରୀରରେ ପରୀକ୍ଷଣ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।

କରୋନାଭାଇରସର ମୁକାବିଲା କରିବା ଲାଗି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସରିଛି । ଏପରିକି ସଂକ୍ରମିତ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଆଣ୍ଟି-ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ଅଧିକ ବିକଶିତ କରାଯାଉଛି ।

ଆମେରିକା ପକ୍ଷରୁ ଏହି ଭ୍ୟାକସିନର ନାମ ‘ଏମଆରଏନଏ-୧୨୭୩’ ରଖାଯାଇଛି ।

ତେବେ ଏହି ଭ୍ୟାକସିନ ସର୍ବସାଧାରଣଙ୍କ ଲାଗି ଉପଲବ୍ଧ ହେବା ପାଇଁ ପାଖାପାଖି ୧୮ ମାସ ସମୟ ଲାଗିବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.