ନୂଆଦିଲ୍ଲୀ: ଚର୍ଚ୍ଚା ଆରମ୍ଭ ହେଲାଣି ଯେ ବର୍ଷର ଆରମ୍ଭ ଅର୍ଥାତ୍ ଜାନୁଆରି ୨୦୨୬ରେ କୌଣସି ଗ୍ରହଣ ଲାଗୁଛି କି ନାହିଁ? ଏନେଇ କଣ ରହିଛି ବୈଜ୍ଞାନିକ ଓ ଜ୍ୟୋତିଷଙ୍କ ମତ । ଆସନ୍ତୁ ଜାଣିବା
ବୈଜ୍ଞନିକ ଏବଂ ଜ୍ୟୋତିଷୀମାନଙ୍କ ମତରେ ପ୍ରଥମ ଗ୍ରହଣ ୧୭ ଫେବୃଆରି ୨୦୨୬ରେ ଲାଗିବ, ଯାହାକୁ ବଳୟାକାର ସୂର୍ଯ୍ୟ ଗ୍ରହଣ (ଆନୁଲର୍ ସୋଲାର୍ ଇକ୍ଲିପ୍ସ) କୁହାଯିବ । ଏହି ଦିନ ସୂର୍ଯ୍ୟର ଚାରିପାଖରେ ଅଗ୍ନି-ବୃତ୍ତ ଭଳି ରିଙ୍ଗ୍ ଦେଖାଯିବ । ଭାରତରେ ଏହା ଆଂଶିକ ରୂପରେ ଦେଖାଯିବ ।
୩ ମାର୍ଚ୍ଚ ୨୦୨୬ରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ (ଲୁନାର୍ ଇକ୍ଲିପ୍ସ) ଲାଗିବ । ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ସମୟରେ ଭାରତ ସମେତ ଏସିଆର ଅନେକ ଅଞ୍ଚଳରେ ଦେଖାଯିବ । ଏଥିରେ ସୂତକ କାଳର ନିୟମଗୁଡ଼ିକର ପାଳନ କରାଯିବ ।
୧୨ ଅଗଷ୍ଟ ୨୦୨୬ରେ ସୂର୍ଯ୍ୟ ଗ୍ରହଣ (ସୋଲାର୍ ଇକ୍ଲିପ୍ସ) ଲାଗିବ । ଏହି ଗ୍ରହଣ ହରିୟାଳୀ ଅମାବାସ୍ୟା ଦିନ ଲାଗିବ । ଏହା ବର୍ଷର ସବୁଠାରୁ ଚର୍ଚ୍ଚିତ ଗ୍ରହଣ ହେବ । ଆମେରିକା ଏବଂ ୟୁରୋପ୍ରେ ପୂର୍ଣ୍ଣ ଦୃଶ୍ୟ, ଯେତେବେଳେ ଭାରତରେ ଆଂଶିକ ହେବ ।
୨୮ ଅଗଷ୍ଟ ୨୦୨୬ରେ ଆଂଶିକ ଚନ୍ଦ୍ର ଗ୍ରହଣ (ପାର୍ଶିଆଲ୍ ଲୁନାର୍ ଇକ୍ଲିପ୍ସ) ଲାଗିବ । ଏଥର ଚନ୍ଦ୍ରମାର କିଛି ଅଂଶ ହିଁ ପୃଥିବୀର ଛାୟାରେ ଆସିବ । ଭାରତରେ ଏହି ଗ୍ରହଣ ମଧ୍ୟ ଦେଖାଯିବ ।
ଜାନୁଆରି ୨୦୨୬ରେ କୌଣସି ଗ୍ରହଣ ନାହିଁ
କିଛି ଦିନ ହେଲା ଚର୍ଚ୍ଚା ଚାଲିଛି ଯେ ଜାନୁଆରି ୨୦୨୬ରେ ଗ୍ରହଣ ଲାଗିବ ଏବଂ ସୂତକ ଲାଗିବ । କିନ୍ତୁ ପଞ୍ଚାଙ୍ଗ ଅନୁସାରେ ଜାନୁଆରିରେ ଗ୍ରହଣର କୌଣସି ସ୍ଥିତି ତିଆରି ହେଉନାହିଁ । ତେଣୁ ଘାବରେଇବାର କୌଣସି ଆବଶ୍ୟକତା ନାହିଁ । ପ୍ରକୃତରେ ଗ୍ରହଣ ସେତେବେଳେ ହୁଏ ଯେତେବେଳେ ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଏକ ସିଧା ରେଖାରେ ଆସନ୍ତି ଏବଂ ଚନ୍ଦ୍ରମା ନିଜର ନୋଡ଼ସ୍ (ରାହୁ-କେତୁ) ମଧ୍ୟରୁ ଯାଇଥାଏ । ଏହି ଖଗୋଳୀୟ ସ୍ଥିତି ଜାନୁଆରି ୨୦୨୬ରେ ତିଆରି ହେଉନାହିଁ ।
ଜ୍ୟୋତିଷୀୟ ଦୃଷ୍ଟିରୁ ଫେବୃଆରି ୨୦୨୬ର ପ୍ରଥମ ଗ୍ରହଣ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ବୈଦିକ ଜ୍ୟୋତିଷ ଅନୁସାରେ ପ୍ରଥମ ଗ୍ରହଣ ସବୁବେଳେ ବର୍ଷର ଘଟଣାକ୍ରମର ସଙ୍କେତ ଦିଏ । ଫେବୃଆରିର ଏହି ଗ୍ରହଣ କୁମ୍ଭ ରାଶିର ସୌର ପ୍ରଭାବ ଏବଂ ସିଂହ-କୁମ୍ଭ ଅକ୍ଷ ଉପରେ ଘଟିବ, ଯାହା ଦ୍ୱାରା ସତ୍ତା, ଟେକ୍ନୋଲୋଜି ଏବଂ ବିତ୍ତ ଜଗତରେ ହଲଚଲ ସମ୍ଭବ । ଅନ୍ୟପକ୍ଷରେ ମେଷ, ମିଥୁନ, ସିଂହ, ବିଛା ରାଶି ଏବଂ କୁମ୍ଭ ରାଶିବାଳାମାନଙ୍କୁ ଅଶୁଭତାରୁ ଭଗବାନ ଶିବଙ୍କ ଆରାଧନା କରିବା ଉଚିତ୍ ।
BREAKING NEWS
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
- ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି
- ବଦଳିବ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ
- ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
- Majhighariani Temple: ସରିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି; ଏତିକି କୋଟି ଟଙ୍କା ସହ ବିଦେଶୀ ନୋଟ ମିଳିଲା
- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ନୀତିନ ନବୀନ
- From Il-78 to MRTT: IAFକୁ ମିଳିବ ନୂତନ ଶକ୍ତି; ୬ଟି MRTT ବିମାନ କ୍ରୟକୁ ମିଳିଲା ମଞ୍ଜୁରୀ
Comments are closed.