Latest Odisha News

BREAKING NEWS

ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର ‘କଥାନ୍ତର’ର ପ୍ରଥମ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର ‘କଥାନ୍ତର’ର ପ୍ରଥମ ସଂଖ୍ୟା ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି ସଂଖ୍ୟାରେ ବିଭିନ୍ନ ଭାରତୀୟ ତଥା ବିଦେଶୀ ଭାଷାର ୨୯ଟି ଗଳ୍ପ ସହିତ ପୁସ୍ତକ ସମୀକ୍ଷା ମଧ୍ୟ ସ୍ଥାନ ପାଇଛି।

ଏହି ଅବସରରେ ଅନୁଷ୍ଠାନର ସଭାପତି ହିମାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସଭାପତି ସୋମେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ସମ୍ପାଦକ ଅସିତ ମହାନ୍ତି ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଓ ତାପସ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାବେଶରେ ମାଲବିକା ପଟେଲ, କନକ ମଞ୍ଜରୀ ସାହୁ, ବାସନ୍ତୀ ମହାନ୍ତି, ମିହିର ପଟ୍ଟନାୟକ ଓ ଶ୍ୱେତାଙ୍ଗ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.