Latest Odisha News

BREAKING NEWS

କରୋନା ଯୁଦ୍ଧରେ ସାମିଲ ହେଲେ ରାଷ୍ଟ୍ରପତିଙ୍କ ପତ୍ନୀ: ସେଲଟର ହୋମ ଲାଗି ପ୍ରସ୍ତୁତ କଲେ ମାସ୍କ

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଦେଶର ପ୍ରଥମ ମହିଳା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଦିଲ୍ଲୀର ସେଲଟର ହୋମ ଲାଗି ମାସ୍କ ପ୍ରସ୍ତୁତ କରିଛନ୍ତି।

ଦିଲ୍ଲୀ ଅର୍ବାନ ହୋମ ସେଲଟର ଇମପ୍ରୁଭମେଣ୍ଟ ବୋର୍ଡରେ ପଞ୍ଜୀକୃତ ଥିବା ସେଲଟର ହୋମ ଗୁଡିକରେ ଏହି ମାସ୍କଗୁଡ଼ିକ ବଣ୍ଟନ କରାଯିବ ।

କରୋନା ମୁକାବିଲା ନେଇ ଦେଶକୁ ସଚେତନ କରିବା ପାଇଁ ମାସ୍କ ତିଆରି କରିବା ସମୟରେ ନିଜ ମୁଁହରେ ମଧ୍ୟ ମାସ୍କ ପିନ୍ଧିଥିଲେ ସବିତା କୋବିନ୍ଦ।

ରାଷ୍ଟ୍ରପତି ଭବନ ପରିସରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହା ପରିସରରେ ଥିବା ୧୨୫ ପରିବାରକୁ ପରିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି ।

Leave A Reply

Your email address will not be published.