ମୁମ୍ବାଇ: ୪୭ ବର୍ଷ ପରେ ରଜନୀକାନ୍ତ ଏବଂ କମଲ ହାସନ ଏକାଠି ନଜର ଆସିବାକୁ ଯାଉଛନ୍ତି। ପୂର୍ବରୁ ସେମାନେ ୧୯୭୯ରେ ‘ଆଲ୍ଲାଉଦ୍ଦିନମ୍ ଆଲଭୁଥା ଭିଲାକୁମ୍’ ଫିଲ୍ମ ରେ ଏକାଠି କାମ କରିଥିଲେ। ନିର୍ମାତାମାନେ ଶୁକ୍ରବାର ଦିନ ଏନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଆଉ ଏହି ଦୁଇ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ନେଲସନ୍ ଡାଇରେକ୍ଟ କରିବାକୁ ଯାଉଛନ୍ତି, ଯିଏକି ରେଡ୍ ଜାଏଣ୍ଟ ମୁଭିଜର ପ୍ରଡ୍ୟୁସର।
ନିର୍ମାତାମାନେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ କମଲ ହାସନ ଏବଂ ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ରର ଭିଡିଓ ରିଲିଜ୍ କରିଛନ୍ତି। ଭିଡିଓରେ ଦୁଇ ଅଭିନେତା, ନିର୍ଦ୍ଦେଶକ ନେଲସନ ଦିଲୀପ କୁମାର ଏବଂ ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦ୍ରଙ୍କ ସହ ନଜର ଆସିଛନ୍ତି। ଫିଲ୍ମର ନାଁ ଅସ୍ଥାୟୀ ଭାବରେ’KH x RK ରିୟୁନିଅନ୍ ‘ରଖାଯାଇଛି।
ପ୍ରୋମୋ ଆରମ୍ଭ ହୁଏ, ନେଲସନ ଏକ କରିଡରରେ ଠିଆ ହୋଇ ଭାବୁଛନ୍ତି ଯେ କେଉଁ ତାରକାଙ୍କ କୋଠରୀରେ ପ୍ରଥମେ ପ୍ରବେଶ କରିବେ। ଅନିରୁଦ୍ଧ ଆସି ତାଙ୍କୁ ଦୁଇଟି ଆଙ୍ଗୁଠି ମଧ୍ୟରୁ ବାଛିବାକୁ କୁହନ୍ତି। ୩ ମିନିଟ୍ ୪୭ ସେକେଣ୍ଡର ଏହି ପ୍ରମୋରେ ରଜନୀକାନ୍ତ ଏବଂ କମଲ ହାସନଙ୍କ ରେଟ୍ରୋ ଲୁକ୍ ଦେଖିବାକୁ ମିଳିଛି।
ପୂର୍ବରୁ ନିର୍ମାତା ଏକ ପୋଷ୍ଟର ଜାରି କରିଥିଲେ ଯେଉଁଥିରେ ଉଭୟ ଅଭିନେତାଙ୍କ ହାତ ଦେଖାଯାଇଥିଲା, ଉଭୟ ଜ୍ୟାକେଟ୍ ପିନ୍ଧିଥିଲେ। ପୋଷ୍ଟରରେ କ୍ୟାପସନରେ ଲେଖାଥିଲା, “କିଛି ଲୋକ ନିୟମ ତିଆରି କରନ୍ତି, ଆଉ କିଛି ରାଜ୍।”
ଏହି ଫିଲ୍ମଟି ନେଲସନଙ୍କ ଦ୍ୱାରା ଲିଖିତ ଥିବା ବେଳେ ସେ ନିଜେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଯାହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରୋମୋରୁ ସ୍ପଷ୍ଟ ହେଉଛି ଯେ ଏହି ପ୍ରୋଜେକ୍ଟ କେବଳ ଏକ ଫିଲ୍ମ ନୁହେଁ ବରଂ ତାମିଲ ସିନେମା ଇତିହାସରେ ଏକ ବଡ଼ ଇଭେଣ୍ଟ ହେବ। କାରଣ ଇଣ୍ଡଷ୍ଟୀର ସବୁଠାରୁ ବଡ଼ ଷ୍ଟାରମାନଙ୍କ ମଧ୍ୟରେ ଏହି ଯୋଡି ଖୁବ୍ ଚର୍ଚ୍ଚିତ।
Comments are closed.