Latest Odisha News

BREAKING NEWS

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: କେତେ ଶୁଭ କେତେ ଅଶୁଭ…

ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୧୦ ତାରିଖରେ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ର ପ୍ରଭାବ ଶୁଭ ହେଉ ଅବା ଅଶୁଭ ତାହା ପ୍ରତି ରାଶି ଉପରେ ରହିଥାଏ । ଚଳିତ ବର୍ଷ ଅର୍ଥାତ ୨୦୨୦ ରେ ସମୁଦାୟ ୬ ଟି ଗ୍ରହଣ ର ଯୋଗ ରହିଛି । ସେଥି ମଧ୍ୟରେ ୪ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ରହିଛି ।

ଚନ୍ଦ୍ର ଗ୍ରହଣ ୧୦ ତାରିଖ ରାତି ୧୦.୩୭ ରୁ ଆରମ୍ଭ ହୋଇ ପରଦିନ ୧୧ ତାରିଖ ରାତି ୨ ଟା ୪୨ ମିନିଟ ପର୍ଯ୍ୟନ୍ତ ରହିବ । ଏହି ଗ୍ରହଣ ସମୁଦାୟ ୪ ଘଣ୍ଟା ଧରି ଗ୍ରହଣ ଲାଗି ରହିବ ।

ଚନ୍ଦ୍ର ମିଥୁନ ରାଶିରେ ରହୁଥିବାରୁ ଏହି ରାଶିର ବ୍ୟକ୍ତିମାନେ ବିଶେଷ ସାବଧାନ ରହିବା ଦରକାର । ଭାରତ ବର୍ଷର କେତେକାଂଶ ସ୍ଥାନ ରେ ଏଇ ଗ୍ରହଣ ଦୃଶ୍ୟମାନ ହେଲେ ବି ଓଡ଼ିଶା ରେ ଏହା ଦୃଶ୍ୟମାନ ହେବ ନାହିଁ । ତେଣୁ ଓଡ଼ିଶାରେ ଏହା ପାଳନ ହେବ ନାହିଁ।

Comments are closed.