Latest Odisha News

BREAKING NEWS

ବନ୍ଦନା ପଣ୍ଡାଙ୍କର ପ୍ରଥମ କବିତା ସଙ୍କଳନ ‘କୁହୁଡ଼ିବଣ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ‘ପେନ ଇନ ବୁକସ’ ଆନୁକୂଲ୍ୟରେ କବୀ ବନ୍ଦନା ପଣ୍ଡାଙ୍କର ପ୍ରଥମ କବିତା ସଙ୍କଳନ ‘କୁହୁଡ଼ିବଣ’ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ।

ପୂର୍ବରୁ ଅନେକ ପତ୍ର ପତ୍ରିକାରେ କବୀ ଶ୍ରୀମତୀ ପଣ୍ଡାଙ୍କର ଅନେକ କବିତା ପ୍ରକାଶ ପାଇଁ ପାଠକୀୟ ଆଦୃତି ସାଉଁଟିଥିବା ବେଳେ ତାଙ୍କର ପ୍ରଥମ କବିତା ସଙ୍କଳନ ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିବ ବୋଲି ମହାମହିମ ରାଜ୍ୟପାଳ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ କବୀ ବନ୍ଦନା ପଣ୍ଡାଙ୍କ ସମେତ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା, ରକ୍ଷକ ନାୟକ, ପ୍ରୀତିଛନ୍ଦା ଧଳ, ପ୍ରଭାସିନୀ ମହାକୁଡ଼ ଏବଂ ପ୍ରସନ୍ନ ପଣ୍ଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.