Latest Odisha News

ମାଛ ଭିତରେ ୪୦୦ ପ୍ରଜାତିର ରଙ୍ଗିନ୍ ମାଛ , ଦେଖିବାକୁ ଲୋକଙ୍କ ଭିଡ଼

ଜମ୍ମୁ: ଅଧିକାଂଶ ଲୋକ ଘରେ ଆକ୍ୱାରିୟମ୍ ରଖିବାକୁ ପସନ୍ଦ କରନ୍ତି । ସେଥିରେ ସୁନ୍ଦର ସୁନ୍ଦର ରଙ୍ଗିନ ମାଛଗୁଡ଼ିକୁ ଦେଖି ଖୁସି ହୋଇଥାନ୍ତି । ଏମିତିକି ଦୁଃଖ ମଧ୍ୟ ଅନେକାଂଶରେ କମିଯାଏ । ତେବେ ଜମ୍ମୁରେ ଏଭଳି ଏକ ଦେଖିଲା ଭଳି ସ୍ଥାନ ରହିଛି,ଯାହା ବାହାରୁ ଓ ଭିତରୁ ଦେଖିଲେ କେବଳ ମାଛମୟ ନଜରକୁ ଆସେ ।

ଜମ୍ମୁରେ ରହିଛି ଏକ ଆକ୍ୱାରିୟମ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହା ଦେଶର ସବୁଠାରୁ ବଡ଼ ଆକ୍ୱାରିୟମ । ଏଠାରେ ୪୦୦ ପ୍ରଜାତିର ସୁନ୍ଦର ସୁନ୍ଦର ରଙ୍ଗିନ ମାଛ ରହିଛିନ୍ତି । ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ । ସବୁଠୁ ଖାସ୍ କଥା ହେଲା ଆକ୍ୱାରିୟମ୍ ଗୃହଟି ଏକ ବଡ଼ ମାଛ ଆକୃତିର, ଯାହାର ଲମ୍ବ ୬୫୬ ଫୁଟ । ଉକ୍ତ ମାଛ ଆକ୍ୱାରିୟମ୍‌ର ପାଟି ଆଁ ହୋଇ ରହିଛି । ଆଉ ତା’ରି ପାଟିରେ ପଶି ପର୍ଯ୍ୟଟକ ଭିତରକୁ ପ୍ରବେଶ କରିଥାନ୍ତି । ଏହା ଭାରତର ସବୁଠାରୁ ବଡ଼ ଅଣ୍ଡର ଗ୍ରାଉଣ୍ଡ ଆକ୍ୱାରିମୟମ । ଏହା ଭିତରେ ୨୪ଟି ଆକ୍ୱାରିୟମ ଗୁମ୍ଫା ଅଛି । ଯାହା ଭିତରେ ବ୍ଲାକ ମୁର, ପିରାନ୍‌ହା, ବବଲ୍ ଆଈ, ଶାର୍କ କ୍ୟାଟ୍‌ଫିଶ୍ ପରି ଅନେକ ପ୍ରଜାତିର ମାଛ ଅଛନ୍ତି ।

Leave A Reply

Your email address will not be published.