Latest Odisha News

BREAKING NEWS

ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ, ଜାଣନ୍ତୁ କେତେ ଟଙ୍କାରେ ବିକ୍ରି କଲେ

ପାରାଦୀପ: ପାରାଦୀପରେ ମହାନଦୀରୁ ୪୦୦ କେଜିରୁ ଅଧିକ ଓଜନର ଏକ ମାଛ ଧରି ଜଣେ ମତ୍ସ୍ୟଜୀବୀ ଏକ ପ୍ରକାର ଭଲ ରୋଜଗାର କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କିଛି ମତ୍ସ୍ୟଜୀବୀ ମହାନଦୀରେ ମାଛ ଧରିବାକୁ ଯାଇଥିଲେ। ୪ଟି ନଦୀର ସଙ୍ଗମସ୍ଥଳ ଚଉମୁହାଣରେ ମାଛ ଧରିବା ବେଳେ ଜଣେ ମତ୍ସ୍ୟଜୀବୀ ଜାଲି ଦେଇଥିଲେ।

ମାଛଟି ଏତେ ବିଶାଳ ଯେ ମତ୍ସ୍ୟଜୀବୀମାନେ ଏହାକୁ ନିଜ ଡଙ୍ଗାରେ ବୋଝେଇ କରିନପାରି ପାଣି ଦେଇ ନଦୀ କୂଳକୁ ଟାଣି ଆଣିଥିଲେ। ଏହି ମାଛକୁ ସ୍ଥାନୀୟ ଭାଷାରେ ଚାକୁଲି ବା ଶଙ୍କର କୁହାଯାଏ ।

ମତ୍ସ୍ୟଜୀବୀମାନେ ସ୍ଥାନୀୟ ବଜାରରେ ଏହି ମାଛକୁ ୬୭ ହଜାର ଟଙ୍କାରେ ନିଲାମ କରିଥିଲେ। ଓଡ଼ିଶାରେ ଏହି ପ୍ରଜାତିର ମାଛର ବିଶେଷ ଚାହିଦା ନ ଥିବାରୁ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମାଛ ବଜାରରେ ବିକ୍ରି ପାଇଁ ନେଇଥିଲେ।

ନିକଟ ଅତୀତରେ ଏତେ ବଡ଼ ମାଛ କୌଣସି ମତ୍ସ୍ୟଜୀବୀ ଧରି ନାହାନ୍ତି। ଗତବର୍ଷ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଏଭଳି ମାଛ ଧରିଥିଲେ। କିନ୍ତୁ ସେଗୁଡ଼ିକ ଛୋଟ ଆକାରର ଥିଲା। ଆଜି ଧରାପଡ଼ିଥିବା ଗାଡ଼ିଟି ଏତେ ବଡ଼ ଥିଲା ଯେ ୧୦ ଜଣଙ୍କ ଉଦ୍ୟମ ସତ୍ତ୍ୱେ ଟ୍ରଲିରେ ବୋଝେଇ ହୋଇପାରିନଥିଲା ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।

Comments are closed.