Latest Odisha News

BREAKING NEWS

ପାରାଦୀପରେ ମାଛଧରା ବୋଟରୁ ଗୁଆ ଜବତ

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି।

ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ ଡ୍ୟୁଟିରେ ଥିବା ଏକ ତଟରକ୍ଷୀ ବାହିନୀ ଜାହାଜ ଏବଂ ICGS Varad। ICGS Varadର ଏକ ବୋର୍ଡିଂ ଦଳ ‘ଏଫବି ମା ବାସନ୍ତୀ’ ନାମକ ମାଛ ଧରିବା ଡଙ୍ଗାରେ ଧରିଥିଲେ।

ତଲାସୀ ସମୟରେ ଜାହାଜରୁ ପ୍ରାୟ ୪୫୦ ବସ୍ତା ଗୁଆ ମିଳିଥିଲା। ପ୍ରତ୍ୟେକ ବସ୍ତାର ଓଜନ ପ୍ରାୟ ୫୦-୬୦ କିଲୋଗ୍ରାମ ଥିଲା ବେଳେ ମୋଟ ଓଜନ ୨୫ ଟନ୍ ବୋଲି ଜଣାପଡିଛି। ତେବେ ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏଫବି ମା ବାସନ୍ତୀ (ରେଜିଷ୍ଟର ନମ୍ବର WB-DS-MM-10023) ପଶ୍ଚିମବଙ୍ଗର ଦକ୍ଷିଣ ୨୪-ପରଗନା ଜିଲ୍ଲାର କାକଦ୍ୱୀପ ମାଛ ଧରିବା ବନ୍ଦରରୁ ଆସିଛି। ଅପରପକ୍ଷରେ ୧୪ ଜଣିଆ କ୍ରୁଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରାଯାଇଥିବା କୌଣସି ବାୟୋମେଟ୍ରିକ୍ ପରିଚୟପତ୍ର ନଥିଲା।

“ଯଦିଓ ଡଙ୍ଗାଟି ପାଞ୍ଚ ଦିନ ଧରି ସମୁଦ୍ରରେ ଥିଲା, ତଥାପି କୌଣସି ମାଛ ଧରିବା ଉପକରଣ କିମ୍ବା ମାଛ ଧରାଯାଇ ନଥିଲା। ଯାହାଫଳରେ ଗୁଆ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଇଛି। ତେବେ ଡଙ୍ଗାଟିକୁ କ୍ରୁ ମେମ୍ବରଙ୍କ ସହିତ ହେପାଜତକୁ ନିଆଯାଇଛି।

Comments are closed.