Latest Odisha News

BREAKING NEWS

ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ପ୍ରତିଭାଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା କେନ୍ଦ୍ର ସଂଗୀତ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୦ ଓ ୨୦୨୧ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶାରୁ ୫ ଜଣଙ୍କୁ ଏହି ପୁରସ୍କାର ମିଳିଥିବାରୁ ଏହା ରାଜ୍ୟ ପାଇଁ ଏକ ସମ୍ମାନ ଓ ଗୌରବର ପ୍ରସଙ୍ଗ।

୨୦୨୦ ବର୍ଷ ପାଇଁ ଓଡ଼ିଶୀ ନୃତ୍ୟଶିଳ୍ପୀ ରବୀନ୍ଦ୍ର ଅତିବୁଦ୍ଧି ଓ ଛଉ ନୃତ୍ୟଶିଳ୍ପୀ ତ୍ରିଲୋଚନ ମହାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୨୦୨୧ ପାଇଁ ସୁଗମ ସଙ୍ଗୀତ ପାଇଁ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ନୃତ୍ୟ ପାଇଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ନାଟ୍ୟ ନିର୍ଦ୍ଦେଶନା ପାଇଁ ମନୋଜ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ଏକାଡେମୀ ପୁରସ୍କୃତ କରିଛନ୍ତି।

ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମସ୍ତ ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।

ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରସ୍କୃତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ କଳାକାର ମାନଙ୍କ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡ଼ିଶାବାସୀ ଗର୍ବିତ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର କଳା, ସଂସ୍କୃତି ଓ ନୃତ୍ୟ ପହଞ୍ଚାଇବା ଦିଗରେ ଆପଣ ମାନଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ  ବୋଲି ସେ କହିଛନ୍ତି।

 

Comments are closed.