Latest Odisha News

BREAKING NEWS

ଗୋଷ୍ଠୀ ସଂକ୍ରମଣର ପଞ୍ଝାରେ ଭୁବନେଶ୍ୱରର ୫ ବସ୍ତି !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସ୍ତିରେ ପ୍ରବେଶ କରିଛି କରୋନାଭାଇରସ୍ । ଏହି ସଂକ୍ରମଣ ଏବେ ଆଉ ଏକ ପାଦ ଆଗକୁ ବଢି ଗୋଷ୍ଠୀ ସଂକ୍ରମଣରେ ରୂପାନ୍ତର ହୋଇଛି।

ଗୋଷ୍ଠୀ ସଂକ୍ରମଣ ବର୍ତ୍ତମାନ ଭୁବନେଶ୍ୱରର ତ୍ରିନାଥ ବସ୍ତି, ଗଣପତି ନଗର, ନୟାପଲ୍ଲୀର ସୀତାପୁର ବସ୍ତି ଓ ୟୁନିଟ ୧ ସ୍ଥିତ ମହିଶଖାଲ, ହରିନଗର ଅଖଣ୍ଡଳମଣି ବସ୍ତି ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ସଟଡାଉନ, ଲକଡାଉନ୍ ଲଗାଇବା ଏବଂ କଣ୍ଟେନମେଣ୍ଟ ଯୋନ ଲାଗୁ କରିବା ପରେ ମଧ୍ୟ ଘୋଷଣା ମଧ୍ୟ ଏହା କୌଣସି ଫଳପ୍ରଦ ହେଲା ନାହିଁ । କାରଣ ଏଠାକାର ଲୋକମାନେ ସାମାଜିକ ଦୂରତା ନିୟମକୁ ସମ୍ପୂର୍ଣ୍ଣରୂପେ ପାଳନ କରୁନାହାଁନ୍ତି ।

ନୟାପଲ୍ଲୀ ଅଞ୍ଚଳ ବର୍ତ୍ତମାନ ରାଜଧାନୀର ହଟସ୍ପଟରେ ପରିଣତ ହୋଇଛି। ଏଠାରେ ପାଖାପାଖି ୩ ଟି ବସ୍ତିରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ଯାଇଛି ।

କେବଳ ତ୍ରିନାଥ ନଗର ବସ୍ତିରେ ୯୦ ରୁ ଅଧିକ ଲୋକ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଜଣେ ଆଶା କର୍ମଚାରୀ ସଂକ୍ରମିତ ହେବା ପରେ ଏଠାରେ ତଦାରଖ ପକ୍ରିୟା ମଧ୍ୟ ବ୍ୟାହତ ହୋଇଛି।

ତ୍ରିନାଥ ନାଗର ବ୍ୟତୀତ ସୀତାପୁର ବସ୍ତି ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଥିବା ଜଣାପଡିଛି। ଏଠାରେ ୩୦ ରୁ ଅଧିକ ମାମଲା ଚିହ୍ନଟ ହେଲାଣି । ଏହାସହ ଗଣପତି ନଗର ଏବଂ ଗାନ୍ଧିନଗରରେ ପ୍ରତେକ୨୦ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଲିଆସାହିର ବିଭିନ୍ନ ବସ୍ତିରୁ ୫୦ ରୁ ଅଧିକ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.