Latest Odisha News

BREAKING NEWS

ଟି୨୦ ବିଶ୍ୱକପର ବଡ ବିପର୍ଯ୍ୟୟ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ସୁପର ଓଭରରେ ଆମେରିକା ୧୮ ରନ କରିଥିଲା । ପାକିସ୍ତାନ ୭ ରନରେ ହାରି ଯାଇଥିଲା । ଟି୨୦ ବିଶ୍ୱକପର ବଡ ବିପର୍ଯ୍ୟୟ ଉପରେ ଆସନ୍ତୁ ନଜର ପକାଇବା । ୨୦୦୯ରେ ନେଦରଲାଣ୍ଡ ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡକୁ ପରାସ୍ତ କରି ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୬୨ ରନ କରିଥିଲା । ଜବାବରେ ଟମ ଡେ ଗ୍ରୁଥ(୪୯), ପିଟର ବୋରେନ (୩୦) ଓ ଟେନ ଡୋଶ୍ଚେଟଙ୍କ ୨୨ ରନ ସହାୟତାରେ ନେଦରଲଣ୍ଡ ଶେଷ ବଲରେ ବିଜୟ ହାସଲ କରିଥିଲା । ୨୦୨୨ରେ ଶ୍ରୀଲଙ୍କାକୁ ନାମ୍ବିଆ ହରାଇ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ନାମ୍ବିଆ ଜ୍ୟାନ ଫ୍ରାୟଲିଙ୍କଙ୍କ ୪୪ ରନ ସହାୟତାରେ ୧୬୩ ରନ କରିଥିଲା । ଶ୍ରୀଲଙ୍କା ୧୦୮ ରନରେ ଅଲଆଉଟ ହୋଇ ଯାଇଥିଲା ।

୨୦୧୬ରେ ୱେଷ୍ଟଇଣ୍ଡିଜକୁ ଆଫଗାନିସ୍ତାନ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୧୧୭ ରନ କରି ପରାଜିତ ହୋଇଥିଲା । ରଶିଦ ଖାଁ ଓ ମହମ୍ମଦ ନାବି ୨ଟି ଲେଖାଏଁ ୱିକେଟ ନେଇଥିଲେ । ୨୦୧୪ରେ ଅପେକ୍ଷାକୃତ ଦୁର୍ବଳ ଟିମ ନେପାଳ ସହଜରେ ଆଫଗାନିସ୍ତାନକୁ ହରାଇ ଦେଇଥିଲା । ନେପାଳ ପ୍ରଥମେ ବ୍ୟାଟିଂ କରି ସୁବାସ ଖାକୁରେଲଙ୍କ ଅର୍ଦ୍ଧଶତକ ସହାୟତାରେ ୧୪୧ ରନ କରିଥିଲା । ଜବାବରେ ଆଫଗାନିସ୍ତାନ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା । ଜିତେନ୍ଦ୍ର ମୂଖିଆ ୩ଟି ୱିକେଟ ନେଇଥିଲେ ।

Comments are closed.