ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଧୀନ ମଣିନାଥପୁର ମଶାଣିରୁ ପୁଣି ୫ ଶବ ଗାଏବ ହୋଇଛି । କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବୈତରଣୀ ନଦୀ କୂଳରେ ଥିବା ମଶାଣିରୁ ଏକାଥରରେ ପାଞ୍ଚଟି ମୃତଦେହ ଉଭାନ ହୋଇଯାଇଛି। ସ୍ଥାନୀୟ ଅଂଚଳରେ କାହାର ମୃତ୍ୟୁ ହେଲେ, ଏଠାରେ ପୋତିବାର ପରମ୍ପରା ରହିଛି। କିନ୍ତୁ ଏହି ସବୁ ମୃତଦେହ ପୋତିବାର କିଛି ଦିନ ପରେ ମାଟି ଖୋଳି କେହି ଶବ ନେଇ ଯାଉଛନ୍ତି। ଗତ କିଛି ଦନ ଭିତରେ ମଣିନାଥପୁର ଗାଁର ଖଗେଶ୍ୱର ସାମଲ, ହାଡ଼ିବନ୍ଧୁ ବେହୁରିଆ, କାର୍ତ୍ତିକ ନାୟକ, ସରସ୍ବତୀ ବେହେରା ଓ କାଳନ୍ଦୀ ବେହେରାଙ୍କ ମୃତ୍ୟୁ ହୋଇଥିଲା। ପରମ୍ପରା ଅନୁସାରେ ଶ୍ମଶାନରେ ସେମାନଙ୍କ ଶବକୁ ପୋତି ସଂସ୍କାର କରାଯାଇଥିଲା। କିନ୍ତୁ ୨ ଦିନ ତଳେ ଏସବୁ ଶବ ଗାଏବ ହେବା ନେଇ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ ୨୦୨୫ ଜୁଲାଇ ମାସରେ ୪ଟି ମୃତଦେହ ଉଭାନ୍ ହୋଇଯାଇଥିଲା। ପ୍ରଥମେ ୨୦୧୭ରେ ମୃତଦେହ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ବାରମ୍ବାର ଏତେ ସଂଖ୍ୟାରେ ଶବ ଚୋରି ହେବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। କିଏ ଓ କେଉଁ ଉଦ୍ଦେଶ୍ୟରେ ମାଟି ଖୋଳି ଶବ ନେଇ ଯାଉଛନ୍ତି? ସେ ନେଇ ରହସ୍ୟ ବଢ଼ୁଛି।
Comments are closed.