Latest Odisha News

BREAKING NEWS

ଶବ ସତ୍କାର କରି ପୁରୀରୁ ଫେରୁଥିବା ବେଳେ ଟ୍ରକ୍‌କୁ ପିଟିଲା କାର୍, ୫ ଗୁରୁତର କଟକ ସ୍ଥାନାନ୍ତର

କଟକ: ପୁରୀ ସ୍ୱାର୍ଗଦ୍ୱାରରୁ ଶବ ସତ୍କାର କରି ଫେରୁଥିବା ବେଳେ ଦୁର୍ଘଟଣା। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଲା କାର୍। ଏହି ଘଟଣାରେ ୫ ଜଣ ଗୁରତର ଆହତ ହୋଇଛନ୍ତି। ଆଜି ସକାଳେ କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କୋଇଲିପୁର ଗାଁର ନିରାକାର ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରାଙ୍କର ଗତକାଲି ପରଲୋକ ହୋଇଥିଲା। ସଂପର୍କୀୟମାନେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର ସାରି ଫେରୁଥିବା ବେଳେ ଭୁଇଁପୁର ଛକ ନିକଟରେ ରାସ୍ତା କଡ଼ରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ସେମାନଙ୍କ କାର୍‌ଟି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଡ୍ରାଇଭରଙ୍କୁ ମିଶାଇ  ମୋଟ ୫ ଜଣଏଥିରେ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ସଂଗେ ସଂଗେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆହତଙ୍କୁ ଭାଙ୍ଗିଯାଇଥିବା କାର୍ ଭିତରୁ ଉଦ୍ଧାର କରିବା ସହି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ସେମାନଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.