ମୟୂରଭଞ୍ଜ: ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ୫ ଜଣ ଶିକାରୀ ଜଙ୍ଗଲ ଭିତରକୁ ଶିକାର ପାଇଁ ଯାଇଥିବା ବେଳେ ଏଆଇ କ୍ୟାମେରାରେ କଏଦ ହୋଇଥିଲେ । ସୂଚନାପାଇ ପୋଡାଡିହା ବନ ବିଭାଗ ଏବଂ କପ୍ତିପଦା ପୋଲିସ ଶରତ କଟୁରିଆ ଗାଁରେ ଚଢ଼ାଉ କରି ୫ ଜଣ ଶିକାରୀଙ୍କୁ ଘରୁ ଗିରଫ କରିଛନ୍ତି ।
ଅଭିଯୁକ୍ତ ହେଲେ କଟୁରିଆ ଗ୍ରାମର ମହେନ୍ଦ୍ର ମୁର୍ମୁ, ଦାମା ସୋରେନ, ଲକ୍ଷ୍ମଣ ମୁର୍ମୁ, ରାମଜୀତ ମୁର୍ମୁ ଏବଂ ମେଘନାଦ ମୁର୍ମୁ।
ସେହି ଗିରଫ ଶିକାରୀଙ୍କ ନିକଟରୁ ୩ ଗୋଟି ଦେଶୀ ବନ୍ଧୁକ, ଗୋଳାବାରୂଦ ସମେତ ଧନୁତୀର ଜବତ କରାଯାଇଛି ।
Comments are closed.