Latest Odisha News

BREAKING NEWS

ରାଜଧାନୀରେ ବାଇକକୁ ପିଟିଲା କାର୍‌; ୫ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ରସୁଲଗଡ଼ ଓଭରବ୍ରିଜ୍‌ରେ ରବିବାର ସନ୍ଧ୍ୟାରେ ଏକ କାର ଦୁଇଟି ବାଇକକୁ ଧକ୍କା ଦେବାରୁ ଜଣେ ମହିଳା ଏବଂ ତାଙ୍କ ପିଲା ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ କାରର ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଯାହା ଫଳରେ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ପିଲାର ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ଯାହା ପରେ ଲୋକମାନେ ରସୁଲଗଡ଼ ଓଭରବ୍ରିଜ୍‌ରେ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ।

ତେବେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଅଟକ ରଖିଥିଲା। ଅପରପକ୍ଷରେ ସେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ସନ୍ଦେହ କରାଯାଉଛି। ଆହତ ହୋଇଥିବା ସମସ୍ତ ପାଞ୍ଚ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

Leave A Reply

Your email address will not be published.