Latest Odisha News

BREAKING NEWS

କୋରାପୁଟରେ ପୋଲିସ ଏନକାଉଣ୍ଟର, ୫ ମାଓବାଦୀ ନିପାତ

କୋରାପୁଟ : କୋରାପୁଟ ଜିଲ୍ଲାର ପଡୁଆ ଥାନା ନିକଟରେ ବୁଧବାର ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୫ ଜଣ ମାଓବାଦୀ ନିପାତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କୋରାପୁଟ ଜିଲ୍ଲାର ପଡୁଆ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ପ୍ରାୟ ୧୫ ଜଣ ମାଓବାଦୀ ଲୁଚିଥିବା ସଂପର୍କିତ ସୂଚନା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପରେ ଏସଓଜି ଯବାନଙ୍କ ଦ୍ୱାରା ଜାରି କମ୍ବିଂ ଅପରରେସନ ସମୟରେ ପୋଲିସ ସହ ମୁହାଁମୁହିଁ ହୋଇ ୩ ଜଣ ମହିଳା କ୍ୟାଡରଙ୍କ ସମେତ ୫ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଶର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.