Latest Odisha News

ଓଡିଶାକୁ ଆସିବେ ୫ ମହାବଳ ବାଘ

ଭୁବନେଶ୍ଵର: ଓଡିଶାକୁ ଆସିବେ ୫ ମହାବଳ ବାଘ। ଡେବ୍ରିଗଡ ଅଭୟାରଣ୍ୟ ପାଇଁ ୩ଟି ଓ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ଅଣାଯିବ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ ପାଇଁ ଏବଂ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ବାଘ ଆସିବେ। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶା ବନ ବିଭାଗର ପ୍ରଥମ ଅଖିଳ ଓଡ଼ିଶା ବ୍ୟାଘ୍ର ଆକଳନ (ଏଓଟିଇ) ରିପୋର୍ଟ ୨୦୨୩-୨୪ ଅନୁଯାୟୀ, ଓଡ଼ିଶାରେ ଏକ ବର୍ଷରୁ କମ୍ ବୟସର ୩୦ଟି ବାଘ ଓ ୮ଟି ଶାବକ ଅଛନ୍ତି। ଏସଟିଆରରେ ଅଧିକାଂଶ ୨୭ଟି ବାଘ ଓ ୮ଟି ଶାବକ ଅଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଭୟାରଣ୍ୟରେ ୧୧ଟି ସାଧାରଣ ବାଘ (୭ଟି ମାଈ ଓ ୪ଟି ପୁରୁଷ) ଏବଂ ୧୩ଟି ସ୍ୟୁଡୋ ମେଲାନିକ୍ ବାଘ (୭ଟି ମାଈ ଓ ୬ଟି ପୁରୁଷ) ରହିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଭୟାରଣ୍ୟ ବ୍ୟତୀତ କେନ୍ଦୁଝର ଟେରିଟୋରିଆଲ ଓ କେନ୍ଦୁଝର ବନ୍ୟପ୍ରାଣୀ, ପାରଳାଖେମୁଣ୍ଡି ଓ ହୀରାକୁଦ ବନ୍ୟପ୍ରାଣୀରେ ଗୋଟିଏ ଲେଖାଏଁ ବାଘ ଅଛନ୍ତି।

 

 

Leave A Reply

Your email address will not be published.