Latest Odisha News

BREAKING NEWS

କଳାହାଣ୍ଡିରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୫ ଜଣଙ୍କ ସମେତ ୬ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ବୁଧବାର ସକାଳେ ଏକ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ଏଥିରେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ହେଲେ ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ, ପୁଅ ବିକି, ଦୁଇ ନାତୁଣୀ ଏବଂ ତାଙ୍କ ଘରୋଇ ସହାୟିକା ରହିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଆଶୁତୋଷ ଏବଂ ତାଙ୍କ ପରିବାର ଲୋକେ ମେ’ ୨୦ ତାରିଖ ଦିନ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିବା ବେଳେ ଗତ କାଲି ରାତିରେ ଫେରୁଥିଲେ। ରାତି ପ୍ରାୟ ୨ଟା ୩୦ ମି. ସମୟରେ କେସିଙ୍ଗା ଷ୍ଟେସନରେ ପହଞ୍ଚିବା ପରେ ସେମାନେ ନିଜ କାରରେ ଘରକୁ ଫେରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଜାରିଙ୍ଗ ଜଙ୍ଗଲ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣ ଘଟିଛି । ଘଟଣାସ୍ଥଳରେ ଆଶୁତୋଷ ଓ ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.