Latest Odisha News

BREAKING NEWS

ଗ୍ରେଟର ନୋଏଡାରୁ ଗିରଫ ହେଲେ ତବଲିଗ ଜମାତର ୫ ସଦସ୍ୟ

ନୋଏଡା: ଦିଲ୍ଲୀର ଗ୍ରେଟର ନୋଏଡା ଅଂଚଳରୁ ମଙ୍ଗଳବାର ତବଲିଗ ଜମାତର ୫ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତିମାନେ ମରକଜ ତବଲିଗ ଜମାତାର ମୁଖ୍ୟାଳୟକୁ ଯାଇଥିଲେ । ସଂକ୍ରମଣ ଘଟଣା ବଢ଼ିବାରୁ ସେମାନେ ନିକଟସ୍ଥ ଏକ ଗ୍ରାମରେ ଲୁଚି କରି ରହିଥିଲେ ।

ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମ ହେଲା ୱାସିମ, ନୁର ହାସନ, କାସିମ, ଇମ୍ରାନ ଓ ଦୀବାନ । ସେମାନେ ସମସ୍ତେ ବେଗମପୁର ଅଂଚଳର ବାସିନ୍ଦା । ସ୍ଥାନୀୟ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ତବଲିଗର ଏହି ସଦସ୍ୟମାନଙ୍କୁ ଭଲ ଭାବେ ଯାଂଚ କରାଯିବା ପରେ ସମ୍ପୂର୍ଣ୍ଣ ଭାବେ ଅଲଗା ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.