Latest Odisha News

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଆଦିବାସୀଙ୍କ ପାଇଁ LAVA ଯୋଜନା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ଆଦିବାସୀଙ୍କ ଜମି ବିକ୍ରୟ ନିୟମ ପ୍ରତ୍ୟାହୃତ ହୋଇଛି।

ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଫଣ୍ଡିଂ କରିବେ। ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ଯ୍ୟ କରିବେ। ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରାଯିବ।

ଆଦିବାସୀ ଜମି କିଣାବିକା ନେଇ ପୂର୍ବ କ୍ୟାବିଟେନର ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ କିଛି ଦିନପରେ ପୁଣି ପ୍ରତ୍ୟାହାର କରାଯାଇଥିଲା। ସେହି ନିଷ୍ପତ୍ତିକୁ ଆଜି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ।

ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ। ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏଥି ସହିତ ହୋ,ମୁଣ୍ଡାରୀ,ସଉରା ଓ କୁଇ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନେଇ ଦାବି ଦୋହରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

 

 

 

Comments are closed.