Latest Odisha News

BREAKING NEWS

ଏହି ୫ଟି କାରଣ ଯୋଗୁ ହାରିଲା ଟିମ ଇଣ୍ଡିଆ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ୮ ୱିକେଟରେ ନ୍ୟୁଜିଲାଣ୍ଡ ନିକଟରେ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୬ ରନରେ ଅଲଆଉଟ ହୋଇ ଯାଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୪୦୨ ରନ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୪୬୨ ରନ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୦୭ ରନର ଲକ୍ଷ୍ୟ ରଖିଥିଲା । ଭାରତ ୫ଟି ଭୁଲ ଯୋଗୁ ଏକ ନିଶ୍ଚିତ ବିଜୟ ସୁଯୋଗ ହାତଛଡା କରିଥିଲା ।
୧. ଟସ: ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପୂର୍ବଦିନ ବର୍ଷା ହୋଇଥିଲା ଏବଂ ପିଚକୁ କଭର କରି ରଖା ଯାଇଥିଲା । ଆଂଶିକ ଓଦା ଥିବା ପିଚର ଫାଇଦା ନ୍ୟୁଜିଲାଣ୍ଡ ବୋଲର ଉଠାଇଥିଲେ ।
୨. ୩ ସ୍ପିନର ଖେଳାଇବା: ଭାରତୀୟ ଟିମ ୩ ସ୍ପିନର ସହିତ ପଡିଆକୁ ଓହ୍ଲାଇଥିବା ବେଳେ ନ୍ୟୁଜିଲାଣ୍ଡ ପେସ ବୋଲରଙ୍କ ଉପରେ ଭରୋଷା ରଖିଥିଲା । ଭାରତୀୟ ଟିମ ମ୍ୟାନେଜମେଂଟ ଓ ରୋହିତଙ୍କ ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ।

୩. ଆକାଶଦୀପଙ୍କୁ ନ ଖେଳାଇବା: ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଭାରତର ପ୍ରମୂଖ ପେସର । ତେବେ ଆକାଶଦୀପଙ୍କ ୱିକେଟ ନେବା ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଛି । ସିରାଜ ୱିକେଟ ନ ହାସଲ କରିପାରିବା ଭାରତକୁ ହରଡଘଣାରେ ପକାଇଥିଲା ।
୪.କେଏଲ ରାହୁଲ ଫ୍ଲପ: ବାରମ୍ବାର ଫ୍ଲପ ହେବା ସତ୍ୱେ କେଏଲ ରାହୁଲଙ୍କୁ ସୁଯୋଗ ଦେବା ଟିମ ଇଣ୍ଡିଆକୁ ଅସୁବିଧାରେ ପକାଉଛି । ୨୦୨୧ ପରେ ସେ ଟେଷ୍ଟ କ୍ରିକେଟରେ ସେ ଭଳି ଖାସ ପ୍ରଦର୍ଶନ କରି ନାହାନ୍ତି । ବେଙ୍ଗାଲୁର ଟେଷ୍ଟରେ ସେ ୦ ଓ ୧୨ ରନ କରିଥିଲେ ।
୫.ସିରାଜ ୱିକେଟ ନ ନେଇ ପାରିବା: ଗୁରୁତ୍ୱପୂର୍ଣ୍ଣ ସମୟରେ ୱିକେଟ ହାସଲ କରି ନ ପାରିବା ମହମ୍ମଦ ସିରାଜଙ୍କ ବଡ ଦୁର୍ବଳତା ଭାବେ ପରିଗଣିତ ହେଉଛି । ସେ ଚଳିତ ବର୍ଷ ୧୬ଟି ଇନିଂସରେ ୧୯ ୱିକେଟ ନେଇଛନ୍ତି । ଅକ୍ଷର ପଟେଲ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରେ ସିରାଜ(୪୭.୭) ୱିକେଟ ନେବା ଷ୍ଟ୍ରାଇକ ରେଟ ନିରାଶ କରୁଛି ।

Leave A Reply

Your email address will not be published.