ରାଉରକେଲା:ଡକାୟତି ଯୋଜନା ବିଫଳ କଲା ପ୍ଲାଣ୍ଟ୍ସାଇଟ୍ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିଲେ ୫ ଡକାୟତ। ପୋଲିସ ସମସ୍ତ ୫ ଜଣ ଡକାୟତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି, ୨ଟି ଛୁରୀ ଓ ୨ଟି ଲୁହା ରଡ୍ ଜବତ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୁଣା ଷ୍ଟେସନ ରୋଡ୍ ନେତାଜୀ ମାର୍ଗ୍ ଅଞ୍ଚଳର ମହମ୍ମଦ ସୈଫ୍ ଓରଫ୍ ବୁଦିନ (୨୩), ବାସନ୍ତୀକଲୋନି ନାଗିରା ଖଟାଲର ଓମ୍ ଗୌଡ଼ (୨୩), ଗୋପବନ୍ଧୁପାଲିର ପ୍ରିନ୍ସ ରାଓ ଓରଫ୍ ପିଞ୍ଚୁ (୧୯), ରୋଶନ ସିଂହ (୨୦) ଓ ପ୍ଲାଣ୍ଟ୍ସାଇଟ୍ ରୋଡ୍ ନିବାସୀ ସୂରଜ ପାତ୍ର (୨୫)।
ଖବରମୁତାବକ, ଶନିବାର ରାତିରେ ଅଭିଯୁକ୍ତମାନେ ସ୍ଥାନୀୟ ଗଣେଶ ଛକ ନିକଟରେ ଜମା ହୋଇ ଅଖାପାଖ ଅଞ୍ଚଳ ତଥା ପେଟ୍ରୋଲ ପମ୍ପ୍ରେ ସଶସ୍ତ୍ର ଡକାୟତି ପାଇଁ ସ୍ଥିର କରିଥିଲେ। ଏହିସମୟରେ ପାଟ୍ରୋଲିଂ କରୁଥିବା ପ୍ଲାଣ୍ଟ୍ସାଇଟ ପୋଲିସ ନଜରରେ ପଡ଼ିଯାଇଥିଲେ। ପୁଲିସ ସଦଳବଳ ଘଟଣାସ୍ଥଳରେ ଅତର୍କିତ ଚଢଉକରି ସମସ୍ତଙ୍କୁ କାବୁ କରିନେଇଥିଲା।
ଅଭିଯୁକ୍ତ ସୂରଜ ନାଁରେ ୮ଟି ଅପରାଧିକ ମାମଲା,ଅଭିଯୁକ୍ତ ପ୍ରିନ୍ସ ନାଁରେ ୪ଟି ମାମଲା , ରୋଶନ ନାଁରେ ୨ ଟି ମାମଲା ରହିଛି।
Comments are closed.