Latest Odisha News

ମାଛି ଯୋଗୁ ଧରାପଡିଲା ହତ୍ୟା ଅପରାଧୀ

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଗୋଟିଏ ମାଛି ଯୋଗୁ ସମଧାନ ହୋଇପାରିଛି । ଅକ୍ଟୋବର ୩୧ରେ ପୋଲିସକୁ ଏକ ଶବ ମିଳିଥିଲା । ପୋଲିସ ପଂହଚିବା ପରେ ଏହା ୨୬ ବର୍ଷୀୟ ମନୋଜ ଠାକୁରଙ୍କ ବୋଲି ଜଣାପଡିଥିଲା । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା । ଇନ୍ସପେକ୍ଟର ଅଭିଷେକ ପ୍ୟାସୀ ଗହଳି ମଧ୍ୟରେ ହଠାତ ଜଣଙ୍କୁ ଅଟକ ରଖିଥିଲେ । ଉକ୍ତ ବ୍ୟକ୍ତିଜଣଙ୍କ ଆଖି ନାଲି ପଡିଥିବା ବେଳେ ପୋଷାକରେ ମାଛି ବସିଥିଲେ । ଅଭିଷେକ ପୋଷାକକୁ ଫରେନ୍ସିକ ଯାଂଚ ପାଇଁ ପଠାଇଥିଲେ । ପରେ ତାଙ୍କ ଅନୁମାନ ସତ୍ୟ ପ୍ରମାଣିତ ହୋଇଥିଲା ଏବଂ ଉକ୍ତ ବ୍ୟକ୍ତିଜଣଙ୍କ ହତ୍ୟକାରୀ ବୋଲି ଜଣାପଡିଥିଲେ ।

ଯେଉଁଭଳି ଢ଼ଙ୍ଗରେ ମାଛିମାନେ ତାଙ୍କ ପୋଷାକ ଉପରେ ବସିଥିଲେ ଏହା ମୋ ମନରେ ରକ୍ତ ଛାପ ବୋଲି ସନ୍ଦେହ ସୃଷ୍ଟି କରିଥିଲା ବୋଲି ସେ କହିଥିଲେ । ଅଭିଯୁକ୍ତଙ୍କ ନାମ ଧରମଠାକୁର ବୋଲି ଜଣାପଡିଛି । ମୃତ ମନୋଜ ତାଙ୍କ ପୁତୁରା । ଘଟଣା ଦିନ କକା ପୁତୁରା ମଦ ଏବଂ ଚିକେନ ଖାଇଥିଲେ । ପରେ କୌଣସି କାରଣ ନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଧରମ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ରାଗରେ ଏକ ବାଡିରେ ତାଙ୍କୁ ପିଟି ଦେଇଥିଲେ । ବାଡିରେ କଂଟା ଲାଗିଥିବାରୁ ମନୋଜଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.