Latest Odisha News

ଭୁବନେଶ୍ୱରରେ ପହଞ୍ଚିଲା ୧୨୨ ଯାତ୍ରୀଙ୍କୁ ଧରି ଆବୁଧାବିରୁ ଆସୁଥିବା ବିମାନ

ଭୁବନେଶ୍ୱର: ଆବୁଧାବିରୁ ୧୨୨ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ସ୍ୱତନ୍ତ୍ର ବିମାନ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଏ)ରେ ଅବତରଣ କରିଛି।

ପ୍ରାପ୍ତ ସୂଚନାନୁଯାୟୀ, ସମସ୍ତ ସିଷ୍ଟମ, ସର୍ଫେସ୍ ଏବଂ ଆବଶ୍ୟକୀୟ ସାମାଜିକ ଦୂରତା ତଥା ସାନିଟାଇଜେସନ୍ ବଜାୟ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ଏପରିକି ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ ମଧ୍ୟ କରାଯାଇଥିଲା ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

Comments are closed.