Latest Odisha News

BREAKING NEWS

ସିଟ୍ ବେଲ୍ଟ ନ ବାନ୍ଧିବାରୁ ବିମାନରୁ ବିଦା ହେଲେ ବାପ-ପୁଅ

ନୂଆଦିଲ୍ଲୀ: ବିମାନରେ ଘଟିଲା ଏପରି ଘଟଣା ଯେଉଁଥିପାଇଁ ବିମାନକୁ ଉଡାଣ ଭରିବାରେ ହେଲା ୧ ଘଣ୍ଟା ବିଳମ୍ବ । କାରଣ ଜାଣିଲେ ଆପଣବି ହେବେ ଆଶ୍ଚର୍ଯ୍ୟ । ବାସ୍ତବରେ ବିମାନ ଉଡାଣ ଭରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସିଟ୍ ବେଲ୍ଟ ବାନ୍ଧିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଜଣେ ୧୦ ବର୍ଷିୟ ପୁଅ ସିଟ୍ ବେଲ୍ଟ ନ ବାନ୍ଧି ଯୁକ୍ତ କରିବାରେ ଲାଗିଲା । ଏବଂ ପୁଅକୁ ସମର୍ଥନ କରିଥିଲେ ତା’ର ବାପା । ଫଳରେ ବିମାନ ଉଡାଣ ଭରିବାରେ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଯେଉଁଥିପାଇଁ ବିମାନ ଭିତରେ ଯାତ୍ରୀ ମାନେ ଅତିଷ୍ଠ ହୋଇ ଉକ୍ତ ବାପ-ପୁଅଙ୍କୁ ଅନେକ ଗାଳି କରିବାରେ ଲାଗିଲେ ।

ଶେଷରେ ବିମାନ କର୍ମଚାରୀ ଅତିଷ୍ଠ ହୋଇ ଉଭୟ ବାପ-ପୁଅଙ୍କୁ ବିମାନ ଭିତରୁ ବାହାର କରିଦେଇଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି କଲମ୍ବିଆର ଲୈଟମ୍ ଏୟାରଲାଇନ୍ସର ବିମାନରେ ଘଟିଛି । ସେପଟେ ଏହି ନିଷ୍ପତି ପାଇଁ ଅନେକ ଯାତ୍ରୀ ଫ୍ଲାଇଟ୍ କ୍ରୁ କର୍ମଚାରୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଅନ୍ୟପଟେ କିଛି ଯାତ୍ରୀ ଉକ୍ତ ବାପ-ପୁଅଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି।

Leave A Reply

Your email address will not be published.