ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ମରାମତି କାମ ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ । ଫଳରେ ଅକ୍ଟୋବର ୧ ତାରିଖରୁ ରାତିରେ ୮ ଘଣ୍ଟା ପାଇଁ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯିବ ।
ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନଙ୍କ ଗୁରୁବାର ଏ ନେଇ ସୂଚନା ଦେଇ କହିଛନ୍ତି, ବିମାନ ବନ୍ଦର ରନୱେ ମରାମତି କାମ ଅକ୍ଟୋବର ୧ରୁ କରାଯିବ । ରନୱେ ମରାମତି କାମ ସାଧାରଣତଃ ବର୍ଷା ଦିନ ପରେ ହୋଇଥାଏ । ବର୍ଷା କମ ହେଲେ ଏବଂ ବିନା ହ୍ୟୁମିଡିଟିରେ ଏହି କାମ କରାଯାଏ । ଏହା କାମ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ମରାମତି କାମ ପାଇଁ ରାତିରେ 8 ଘଣ୍ଟା ବନ୍ଦ ରହିବ ବିମାନ ସେବା । କ୍ୟାଟ 2 ଲାଇଟର ଫିଟିଙ୍ଗ ବି ଏହି ସମୟରେ ରନୱେରେ ଲଗାଯିବ।ଏଥିପାଇଁ ୭୨ କୋଟି ଅନୁମୋଦନ କରାଯାଇଛି । ଲାଇଟ ଫାସିଲିଟି ପାଇଁ ୧୯ କୋଟି ଖର୍ଚ୍ଚ ହେବ । ଏଇ ସମୟରେ ରାତି ୧୦ଟାରୁ ସକାଳ ୬ ନହେଲେ ରାତି ୧୧ରୁ ସକାଳ ୭ଯାଏ ବିମାନ ସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।
Comments are closed.