Latest Odisha News

BREAKING NEWS

ଭୁବନେଶ୍ୱର ଜୟପୁର ବିମାନ ସେବା ଦୁଇ ଦିନ ପାଇଁ ସାମୟିକ ବନ୍ଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ବିମାନସେବା ବାଧାପ୍ରାପ୍ତ। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ ରହିଛି। ଇଣ୍ଡିଆଓ୍ୱାନ ଏୟାର ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଜୟପୁର ବିମାନ ବନ୍ଦର ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଚଳାଚଳ ବନ୍ଦ ଘୋଷଣା କରାଯାଇଛି। ମେ’ ୩୧ରୁ ଏହି ସେବା ଆରମ୍ଭ ହେବ ବୋଲି କୁହାଯାଇଛି।

ଇଣ୍ଡିଆଓ୍ୱାନ ଏୟାର ଅକ୍ଟୋବର ୩୧, ୨୦୨୨ରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ୯ ସିଟ୍ ଥିବା ଏହି ସ୍ୱତନ୍ତ୍ର ବିମାନ ପରବର୍ତ୍ତୀ ସମୟରେ ଏହି ରୁଟକୁ ବିଶାଖାପାଟଣା ଯାଏ ସମ୍ପ୍ରସାରଣ କରାଯାଇଛି।

ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ବିମାନ ସେବା ପ୍ରଭାବିତ ହୋଇଛି। ପୂର୍ବରୁ ଅପରେଟର ଜଣକ ଜାନୁଆରୀରେ ଗୋଟିଏ ଦିନ ପାଇଁ ବିମାନ ଉଡ଼ାଣ ବାତିଲ କରିଥିଲେ ଏବଂ ମେ ୧୧ରେ ପୁଣି ଥରେ ସେବା ବନ୍ଦ କରିଦେଇଥିଲେ, ଉଭୟ ବାଧାବିଘ୍ନର କାରଣ ଭାବେ ବୈଷୟିକ ରକ୍ଷଣାବେକ୍ଷଣକୁ ଦର୍ଶାଯାଇଛି।

Leave A Reply

Your email address will not be published.