Latest Odisha News

କାର ଦୁର୍ଘଟଣାର ୯ମାସ ପରେ ସମ୍ମୁଖକୁ ଆସିଲେ ଆଣ୍ଡ୍ର‌୍ୟୁ ଫ୍ଲିଂଟଫ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ଦୁର୍ଘଟଣାର ୯ ମାସ ପରେ ସମ୍ମୁଖକୁ ଆସିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ୪୫ ବର୍ଷୀୟ ଏହି ମ୍ୟାଚ ବିଜେତା ଖେଳାଳି ଇଂଲଣ୍ଡ ଦଳର ଖେଳାଳିଙ୍କ ସହ ଉପସ୍ଥିତ ଥିଲେ । ଗତ ବର୍ଷ ସରେରେ ଟପ ଗିୟର ଡନ୍ସଫୋଲ୍ଡ ଏରୋଡ୍ରମରେ ଶୁଟିଂ ଅବସରରେ ଫ୍ଲିଂଟଫ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁହଁରେ ଆଘାତ ଲାଗିଥିଲା । ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଏହି ପୂର୍ବତନ ଷ୍ଟାର ଅଲରାଉଣ୍ଡର ସମ୍ମୁଖକୁ ଆସିଛନ୍ତି । ଫ୍ଲିଂଟଫ ଜାତୀୟ ଦଳ ପକ୍ଷରୁ ୭୯ ଟେଷ୍ଟ ଓ ୧୪୧ ଦିନିକିଆ ମ୍ୟାଚ ଖେଳିଛନ୍ତି ।

ଫ୍ଲିଂଟଫଙ୍କ ପରି ମହାନ ଖେଳାଳିଙ୍କୁ କୌଣସି ଦାୟିତ୍ୱ ଦିଆ ଯାଇ ନ ଥିଲେ ମଧ୍ୟ ତାଙ୍କ ଉପସ୍ଥିତି ଆମକୁ ଖୁସି ଲାଗିଛି ବୋଲି ଜୋସ ବଟଲର କହିଛନ୍ତି । ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ନିକଟରୁ ଇଂଲଣ୍ଡ ୮ ୱିକେଟରେ ପରାଜିତ ହୋଇଛି । ଡେଭନ କନୱେ ୧୧୧ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Comments are closed.