Latest Odisha News

BREAKING NEWS

ଜଳବନ୍ଦୀ ମାଲକାନଗିରି; ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ମୋଟୁ ଜାତୀୟ ରାଜପଥ-୩୨୬ ଜଳମଗ୍ନ ହୋଇ ରାସ୍ତା ଅବରୋଧ ହୋଇଛି। ତଳିଆ ଅଞ୍ଚଳର କିଛି ପୋଲରେ ପାଣି ପ୍ରବାହିତ ଯୋଗୁଁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ତେବେ ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଜଳମଗ୍ନ ରାସ୍ତା ତଥା ବ୍ରିଜ ଉପରେ ଗାଡି ଚଳାଚଳ ନକରିବାକୁ ବାରଣ କରାଯାଇଛି। ଏହାବ୍ୟତୀତ ଉଦ୍ଧାରକାରୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ, ମାଲକାନଗିରି କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ପୋଟେରୁ ପୋଲ ଉପରେ ମଧ୍ୟ ପାଣି ଚାଲୁଛି । ବିଭିନ୍ନ ସ୍ଥାନରେ ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ପ୍ରବାହିତ ହେଇଥିବା ବେଳେ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି କାଙ୍ଗୁରୁକୋଣ୍ଡା ବ୍ରିଜ୍ ।ଯାତାୟତ ବାଧାପ୍ରାପ୍ତ ହୋଇଛି ।ତୁହାକୁ ତୁହା ବର୍ଷା ହେଉଥିବାରୁ ଲୋକମାନେ ବାହାରକୁ ବାହାରି ପାରିନାହାଁନ୍ତି।

Comments are closed.