Latest Odisha News

ସୁଧୁରୁଛି ମାଲକାନଗିରି ସ୍ଥିତି, ବନ୍ୟାର ନାହିଁ ଆଶଙ୍କା

ଭୁବନେଶ୍ବର: ଏବେ ରାଜ୍ୟର ଅନେକ ସ୍ଥାନରେ ଲଘୁଚାପ କାରଣରୁ ବର୍ଷା ଲାଗିରହିଛି । ଯାହା ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଭଳି ଅନୁଭୂତ ହେଉଛି । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଗତକାଲି ଅପେକ୍ଷା ଜଳସ୍ତର କମିଥିଲେ ମଧ୍ୟ ଏହାର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ ହୋଇଛି । ରାସ୍ତା ପୋଲ ସବୁ ଉପରେ ପାଣି ଚାଲୁଥିବା ବେଳେ କିଛିଟା ସ୍ଥାନରେ ସ୍ଥିତି ଟିକେ ସୁଧୁରିଛି । ଉଦ୍ଧାରକାରୀ ଦଳ ଯାତାୟତ ସୁବିଧା ସ୍ବାଭାବିକ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଯାହା ଦ୍ବାରା ଯାତାୟତ ଏବେ ବି ବାଧାପ୍ରାପ୍ତ ହୋଇଛି ।  ତେବେ ଏହାକୁ ରାଜ୍ୟରେ ଆଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଉପରେ ମୁଖ୍ୟ ଯନ୍ତ୍ରୀ କହିଛନ୍ତି, ରାଜ୍ୟରେ ବନ୍ୟାସ୍ଥିତି ନାହିଁ ।

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ କହିବାନୁଯାୟୀ, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରଚୁର ବର୍ଷା ହୋଇଛି । ମାଲକାନଗିରିରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବାରୁ ରାସ୍ତା ବୁଡ଼ିଛି । ଏଥିରେ ବନ୍ୟାର କୌଣସି ଆଶଙ୍କା ନାହିଁ ।

ସେପଟେ ହୀରାକୁଦ ଜଳସ୍ତର ନେଇ ଯନ୍ତ୍ରୀ କହିଛନ୍ତି, ଶୁକ୍ରବାର ଜଳଭଣ୍ଡାର ସ୍ଥିତି ଠିକ୍‌ ନଥିଲା, ଲଗାଣ ବର୍ଷା ପରେ ଏବେ ସ୍ଥିତି ଭଲ ଅଛି । ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ, ଗତବର୍ଷ ତୁଳନାରେ ୧୧ ଫୁଟ୍ ତଳେ ଜଳ ସ୍ତର ରହିଛି । ଆଗାମୀ ୨ ଦିନରେ ହେବାକୁ ଥିବା ବର୍ଷାରେ ଜଳଭଣ୍ଡାର ସ୍ଥିତି ଭଲ ହେବ ବୋଲି ଯନ୍ତ୍ରୀ କହିଛନ୍ତି । ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ୍ ହୋଇଛି । ଜୁନ୍ ୧ରୁ ଫ୍ଲଡ୍ କଣ୍ଟ୍ରୋଲ୍ ରୁମ୍‌ ଖୋଲା ଯାଇଛି । ଯାହା ବନ୍ୟା ପରିସ୍ଥିତି ସହ ମୁକାବିଲା କରିବା ।

Comments are closed.