Latest Odisha News

BREAKING NEWS

ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର, ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ଏସଆରସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରମୁଖ ଅଧିକାକରୀଙ୍କ ସହ ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବେ। ତେଣୁ ୧୦ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି ବୋଲି ପ୍ରଦୀପ ଜେନା କହିଛନ୍ତି।

ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ କିପରି ଏହି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଦୀପ୍ତ ଜେନା। ରାଜ୍ୟରେ ଯେଉଁ ସ୍ଥିତି ରହିଛି ତାହା ଆହୁରି ୩-୪ ଦିନ ଯାଏ ରହିବ।

ଏବେ କଟକ ମୁଣ୍ଡୁଳୀରେ ୧୧ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ଏହା ୧୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ । ପରବର୍ତ୍ତୀ ସମୟରେ ହୀରାକୁଦ ଡ୍ୟାମରୁ ଆଉ କିଛି ଗେଟ ଖୋଲିଲେ ମୁଣ୍ଡଳୀ ଠାରେ ୯ ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ନିଷ୍କାସିତ କରାଇବା ପାଇଁ ଚେଷ୍ଟା ହେବ ବୋଲି ସେ କହିଛନ୍ତି। ତେବେ ହୀରାକୁଦର କେତେ ଗେଟ ଖୋଲାଯିବ ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ଆସନ୍ତା ୩ ଘଣ୍ଟା ମଧ୍ୟରେ ବନ୍ୟା ପିକ୍ ଛୁଇଁବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସକାଳ ୧୦ଟା ବେଳେ ଏହି ସୂଚନା ଦେଇ ସେ କହିଥିଲେ, କଟକ ମୁଣ୍ଡଳିରେ ତିନି ଘଣ୍ଟା ୧୧.୬ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । କଟକ ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ୯୭.୨୫ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।

Leave A Reply

Your email address will not be published.