Latest Odisha News

ମାଲକାନଗିରିରେ ସ୍ଥିତି ସୁଧୁରୁଛି

ମାଲକାନଗିରି: ମାଲକାନଗିରିରେ ସୁଧୁରୁଛି ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ସୁଧାର ଆସିଛି । ବନ୍ୟା ଲାଗି ଅନେକ ଅଂଚଳକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ଏବେ କିନ୍ତୁ ତାହା ସ୍ୱାଭାବିକ ହୋଇଛି । ପାଙ୍ଗାମ, ପେଟରୁ, କୋଙ୍ଗୁରକୋଣ୍ଡାରେ ପାଣି କମିଛିି । ମାଲକାନଗିରି ମୋଟୁ, ବାଲିମେଲା, ଜୟପୁରକ ରାସ୍ତା ସ୍ୱାଭାବିକ ହୋଇଛି । ବର୍ଷା ପରିମାଣ କମିଥିବାରୁ ବନ୍ୟା ପାଣି ମଧ୍ୟ କମିଛି ।

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ କିଛି ଅଞ୍ଚଳ ଜଳମଗ୍ନ ହୋଇଥିଲା । କାଙ୍କୁରୁକୋଣ୍ଡା ଓ ଏମ.ଭି-୯୬ ଠାରେ ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହୋଇଥିଲା । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Leave A Reply

Your email address will not be published.