Latest Odisha News

BREAKING NEWS

କୁହୁଡି ଯୋଗୁଁ ବଢୁଛି ସଡ଼କ ଦୁର୍ଘଟଣା: ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶୀତ ଦିନେ କୁହୁଡି ଏକ ମୁଖ୍ୟ ସମସ୍ୟା । କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଏ ଓ ଦୁର୍ଘଟଣା ଘଟିଥାଏ । କୁହୁଡି ଯୋଗୁଁ ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କୁହୁଡି ଯୋଗୁଁ ଉତ୍ତରପ୍ରଦେଶରେ ସର୍ବାଧିକ ସଡକ ଦୁର୍ଘଟଣା ଘଟଛି । ଦ୍ୱିତୀୟରେ ବିହାର, ତୃତୀୟରେ ମଧ୍ୟପ୍ରଦେଶ ଓ ଏହାପରେ ତାମିଲନାଡୁ ରହିଛି ।

କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା ଯଥେଷ୍ଟ କମିଯାଏ । ଯେତେବେଳେ ଅତ୍ୟଧିକ ଘନ କୁହୁଡି ଥାଏ, ଦୃଶ୍ୟମାନ କ୍ଷମତା ଶୂନ୍ୟ ହୋଇଯାଏ । ଏଭଳି ପରିସ୍ଥିତିରେ ଗାଡି ଚଳାଇବା ସମୟରେ ସବୁକିଛି ଅସ୍ପଷ୍ଟ ଦେଖାଯାଏ ଏବଂ ଦୁର୍ଘଟଣାର ସମ୍ଭାବନା ବଢିଯାଏ । କୁହୁଡି ଯୋଗୁଁ ଘଟୁଥିବା ଦୁର୍ଘଟଣା ସଂଖ୍ୟା ବର୍ଷା ଦିନରେ ଘଟୁଥିବା ଦୁର୍ଘଟଣାଠାରୁ ଅନେକ ଗୁଣ ଅଧିକ ।

ସଡକ ପରିବହନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ କୁହୁଡି ଯୋଗୁଁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଗତ ବର୍ଷ ତୁଳନାରେ ୯ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ ମସିହାରେ କୁହୁଡି ଯୋଗୁଁ ସଡ଼କ ଦୁର୍ଘଟଣାରେ ୧୩,୩୭୨ ଲୋକ ପ୍ରାଣ ହରାଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧୪,୫୮୩ କୁ ବୃଦ୍ଧି ପାଇଛି । ୨୦୧୮ରେ ସଡ଼କ ଦୁର୍ଘଟଣାରେ ୨୮,୦୨୬ ଓ ୨୦୧୯ରେ ୨୨,୬୦୨ ଜଣ ପ୍ରାଣ ହରାଇଥିଲେ ।

ସଡକ ପରିବହନ ମନ୍ତ୍ରଣାଳୟ ୨୦୨୨ ବର୍ଷ ପାଇଁ ସର୍ବଶେଷ ରିପୋର୍ଟ ପ୍ରକାଶ କରିଛି। କୁହୁଡ଼ି ହେତୁ ସଡକ ଦୁର୍ଘଟଣାରେ ସର୍ବାଧିକ ମୃତ୍ୟୁ ଉତ୍ତରପ୍ରଦେଶରେ ଘଟିଛି। ଏହା ପରେ ବିହାର, ମଧ୍ୟପ୍ରଦେଶ ଏବଂ ତାମିଲନାଡୁରେ ଅଧିକ ମୃତ୍ୟୁ ରେକର୍ଡ କରାଯାଇଥିଲା।

ଯଦି ପରିସଂଖ୍ୟାନକୁ ଦେଖିବା ତେବେ ଚେନ୍ନାଇ ସହରରେ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣାରେ ସର୍ବାଧିକ ୧୩୫ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏହାପରେ ୧୩୨ ଜଣଙ୍କ ମୃତ୍ୟୁ ସହ ଦିଲ୍ଲୀ ଦ୍ୱିତୀୟ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସହ ସହର ହୋଇଛି। ସେହିପରି କୁହୁଡି ଯୋଗୁଁ ଅମୃତସର ଏବଂ ଆଗ୍ରା ଯଥାକ୍ରମେ ୧୨୦ ଓ ୧୦୨ଜଣଙ୍କ ମୃତ୍ୟୁ ଘଟିଛି ।

Comments are closed.