Latest Odisha News

ଭାରତୀୟ ଟିମ ପାକିସ୍ତାନ ଗସ୍ତ ନକଲେ ଦିନିକିଆ ବିଶ୍ୱକପରୁ ଓହରିଯିବାକୁ ଚେତାବନୀ ଦେଲା ପାକିସ୍ତାନ!

ଇସଲାମାବାଦ: ପାକିସ୍ତାନରେ ଏବେ କ୍ରିକେଟକୁ ନେଇ ଚର୍ଚା ଜୋର ଧରିଛି ।  ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ କହିବା ପରେ ପାକିସ୍ତାନରେ ଏବେ ଘନ ଘନ ବୈଠକ ଚାଲିଛି ।  ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତ । ଏସିଆ କପ ପାକିସ୍ତାନ ବ୍ୟତୀତ ଅନ୍ୟ କେଉଁଠାରେ ହୋଇପାରେ  । ଏହା ପରେ ବିବାଦ ସୃଷ୍ଟି ହୋଇଛି। ଭାରତର ଏପରି ଆଭିମୁଖ୍ୟକୁ ପାକିସ୍ତାନ କଡ଼ା ବିରୋଧ କରିବା ସହ ୨୦୨୩ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନ ଓହରି ଯିବ ବୋଲି ଧମକ ଦେଇଛି।

ଏଠାରେ ସୂଚନାଯୋଗ୍ୟ ପାକିସ୍ତାନ ୨୦୨୩ରେ ହେବାକୁ ଥିବା ଏସିଆ କପର ଆୟୋଜନ ଦାୟିତ୍ୱ ପାଇଛି। ପ୍ରଥମେ ଏହା ଚର୍ଚା ହେଉଥିଲା ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ  ଭାରତ ଯିବ ।  ଜୟ ଶାହ ଏସିଆ କପ ଖେଳିବାକୁ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ ଓ ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ଭେନ୍ୟୁରେ କରାଯିବ ବୋଲି କହିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ କଣ କରିବ ସେ ନେଇ ଆଲୋଚନା ଚଲାଇଛି ।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହଙ୍କ ବୟାନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତରେ ଆୟୋଜିତ ୨୦୨୩ ବିଶ୍ୱକପକୁ ବୟକଟ କରିବା ଉପରେ ବିଚାର ଆରମ୍ଭ କରିଛି। ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ନ ଯିବ, ତା’ହେଲେ ପାକିସ୍ତାନ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିବା ସେଠାକାର ଗଣମାଧ୍ୟମରେ ଚର୍ଚା ହେଉଛି ।

Comments are closed.