Latest Odisha News

BREAKING NEWS

ତିରୁପତି ମନ୍ଦିର ପରେ ଶ୍ରୀମନ୍ଦିର ପ୍ରସାଦକୁ ନେଇ ଉଠିଲା ପ୍ରଶ୍ନ, ମାନ ଯାଞ୍ଚ ପାଇଁ ନିଯୁକ୍ତ ହେବେ ଫୁଡ୍‌ ଅଫିସର

ପୁରୀ: ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ୍‌ ଅଫିସର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀମନ୍ଦିରରେ ମହାପ୍ରସାଦ, ଶୁଖିଲି ଭୋଗର ମାନ ଯାଞ୍ଚ କରିବା ସହ ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ଯାଞ୍ଚ କରିବେ ଏହି ଅଫିସର ମାନେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ସୂଚନାଯୋଗ୍ୟ ଯେ, ତିରୁପତି ମନ୍ଦିର ଲଡୁ ବିବାଦ ପରେ ପୁରୀ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରରେ ବ୍ୟବହୃତ ଘିଅ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ସୁଆର ମହାସୁଆର ନିଯୋଗର ଉପଦେଷ୍ଟା ବୈଦ୍ୟନାଥ ମହାସୁଆର । ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟ ଭୋଗରେ ଘିଅ ବ୍ୟବହାର ହୁଏ । ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ ।

Leave A Reply

Your email address will not be published.