Latest Odisha News

BREAKING NEWS

ଗାଜାରେ ଭୟଙ୍କର ଖାଦ୍ୟ ସଙ୍କଟ, ହାତରେ ଆଉ ୫ ଦିନର ସମୟ

ତେଲ ଅବୀବ: ଇସ୍ରାଏଲରେ ନର ସଂହାର ଘଟାଇବା ଧିରେ ଧିରେ ହମାସ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଗାଜାକୁ ଇସ୍ରାଏଲ ଚାରି ପଟୁ ଘେରି ରହିବା ଫଳରେ ଏବେ ଏଠାରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ରିପୋର୍ଟ ମୁତାବକ ଗାଜାରେ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ୪ରୁ୫ ଦିନ ଖାଦ୍ୟ ସାମଗ୍ରୀ ରହିଛି । ଏହା ପରେ ସ୍ଥିତି ଭୟଙ୍କର ରୂପ ନେବ ବୋଲି ଅନୁମାନ କରାଯାଉଛି । ମିଶର ସୀମା ନିକଟରେ ବିଦେଶରୁ ଆସିଥିବା ସହାୟତା ସାମଗ୍ରୀ ପଡି ରହିଛି । ଇସ୍ରାଏଲ ସ୍ପଷ୍ଟ ଭାବେ ଘୋଷଣା କରିଛି ଯେ ପର୍ଯ୍ୟନ୍ତ ହମାସର ସମସ୍ତ ଆତଙ୍କବାଦୀ ସଫା ନ ହୋଇଛନ୍ତି କୌଣସି ପ୍ରକାର ସହାନୂଭୁତି ଦେଖାଯିବ ନାହିଁ । ଏବେ ସ୍ଥାନୀୟ ଲୋକ ପାଉଁରୁଟି ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ସକାଳେ ଛିଡା ହେଲେ ସନ୍ଧ୍ୟା ବେଳେ ଏହା ମିଳୁଛି ।

୨୩ଟି ବେକରୀରୁ ୫ଟି ଏବେ କାର୍ଯ୍ୟକ୍ଷମ ରହିଛି । ବାକି ସବୁ କଂଚାମାଲର ଅଭାବ ଯୋଗୁ ବନ୍ଦ ହୋଇଯାଇଛି । ମିଶର ମଧ୍ୟ ଗାଜରୁ ଆସୁଥିବା ଶରଣାର୍ଥୀଙ୍କୁ ସହାୟତା ଯୋଗାଇବ ନାହିଁ ବୋଲି କହିଛି । ମିଶର ଏବେ ପ୍ରବଳ ଆର୍ଥୀକ ସଙ୍କଟରେ ଥିବାରୁ କୌଣସି ପ୍ରକାରର ଭୁଲ କରିବାକୁ ଚାହୁଁ ନାହିଁ । ଇସ୍ରାଏଲ ଆକ୍ରମଣରେ ଗାଜାରେ ୩୦୦୦ ପାଖାପାଖି ଲୋକ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ ସେନା ଗାଜା ନିକଟରେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି । ଇସ୍ରାଏଲ ଏବେ ଲେବାନନ ଓ ପାଲେଷ୍ଟାଇନର ଆତଙ୍କବାଦୀଙ୍କ ସହ ଏକତ୍ର ଲଢ଼େଇ କରୁଛି ।

Comments are closed.