Latest Odisha News

BREAKING NEWS

ନିର୍ବନ୍ଧରେ ପରିଣୀତିଙ୍କ ଜୋତାକୁ ନେଇ ଚର୍ଚ୍ଚା: ଦାମ୍ ବହୁତ କମ୍

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କର ନିର୍ବନ୍ଧ ହୋଇଯାଇଛି । ନୂଆଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହା ଆୟୋଜିତ ହୋଇଥିଲା । ତେବେ ରାଘବ ଓ ପରିଣୀତିଙ୍କ ଯୋଡ଼ିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ଯଦି କେବେ କୌଣସି ସେଲିବ୍ରିଟିଙ୍କ ବିବାହ ବା ନିର୍ବନ୍ଧ ଆୟୋଜିତ ହୁଏ, ତେବେ ସେମାନଙ୍କର ପୋଷାକ ଓ ସାଜ୍ଜସଜାକୁ ନେଇ ବହୁଦିନ ଧରି ଚର୍ଚ୍ଚା ଜୋର ଧରେ । ସେହିପରି ପରିଣୀତି ନିର୍ବନ୍ଧରେ ପିନ୍ଧିଥିବା ଜୋତାକୁ ନେଇ ଚର୍ଚ୍ଚା ହେଉଛି ।

ପରିଣୀତି ନିର୍ବନ୍ଧ କାର୍ଯ୍ୟକ୍ରମରେ ମୋତି ଓ ରୂପା ଖୋଦିତ ଧଳା ରଙ୍ଗର ଜୋତା ପିନ୍ଧିଥିଲେ । ହେଲେ ସେହି ଜୋତାର ଦାମ ସେତେଟା ଅଧିକ ନ ଥିଲା । ସେ ଶସ୍ତା ଯୋତା ପିନ୍ଧିଥିବା ଜଣାଯାଇଛି । ଯେଉଁଥିପାଇଁ ତାଙ୍କ ଜୋତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପରିଣୀତିଙ୍କ ଜୋତାର ଦାମ ମାତ୍ର ୩,୪୦୦ ଟଙ୍କା ବୋଲି ଜଣାଯାଇଛି ।

ନିର୍ବନ୍ଧରେ ପରିଣୀତିଙ୍କ ସାଧାରଣ ଲୁକ୍ ସମସ୍ତଙ୍କୁ ବେଶ୍ ପସନ୍ଦ ହୋଇଛି । ସେ ମନିଷ ମଲହୋତ୍ରାଙ୍କ ଡିଜାଇନର ପୋଷାକ ପିନ୍ଧିଥିଲେ । ପରିଣୀତି ଧଳାରଙ୍ଗର ମୋତି ଲଗା ପୋଷାକ ପିନ୍ଧିଥିବା ବେଳେ ରାଘବ ମଧ୍ୟ ମ୍ୟାଚିଂ କରି ଧଳା ରଂଗର ପୋଷାକ ପିନ୍ଧିଥିଲେ । ଏବେ ରାଘବ ଓ ପରିଣୀତିଙ୍କ ବିବାହ କେବେ ହେବ ସେନେଇ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ପ୍ରଶଂସକମାନେ ।

Leave A Reply

Your email address will not be published.