ନ୍ୟୁୟର୍କ: ଆଜିର ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ପୂର୍ବରୁ ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଘରୋଇ ଉପଚାର ବ୍ୟବହାର କରୁଥିଲେ । କିନ୍ତୁ ଆଜିକାଲି ଲୋକମାନେ ସର୍ଟକଟ୍ ନେବାକୁ ଚାହୁଁଛନ୍ତି । କମ୍ ସମୟ ମଧ୍ୟରେ ସେ ନିଜ ଚେହେରାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଏହି କାରଣରୁ, କସମେଟିକ୍ ସର୍ଜନମାନେ ମଧ୍ୟ ଆଗେଇ ଆସୁଛନ୍ତି । ଏବେ ଅନେକ ସର୍ଜନ ଲୋକଙ୍କର ଏହି ଦୁର୍ବଳ ମାନସିକତାରୁ ଫାଇଦା ନେଉଛନ୍ତି । ଏହାର ଫଳ ଅନେକ ଥର ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଅର୍ଥାତ୍ ସେମାନଙ୍କର ରୂପ ଆହୁରି ଖରାପ ହୋଇଯାଉଛି । ଏବେ ସେମିତି ଜଣେ ମହିଳା ସୁନ୍ଦର ଦେଖାଯିବା ପାଇଁ ଇଞ୍ଜେକ୍ସନ ନେବାରୁ, ତାହା ମୁହଁରେ ସିମେଣ୍ଟ ପରି ଜମାଟ ବାନ୍ଧିଗଲା । ଏବେ ତାଙ୍କ ମୁହଁର ନକ୍ସା ପୂରା ବଦଳି ଯାଇଛି ।
ରାଜୀ ନାମକ ଜଣେ ମହିଳା ନ୍ୟୁୟର୍କରେ ରୁହନ୍ତି । ସେ ସବୁବେଳେ ନିଜକୁ ସୁନ୍ଦର ଦେଖିବାକୁ ଚାହାନ୍ତି । ସେଥିଲାଗି ସେ ନିୟମିତ ପାର୍ଲର ଯିବା ସହ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି । ଦିନେ ସେ କେମିତି କମ୍ ଦିନରେ ବେଶୀ ସୁନ୍ଦର ଦେଖାଯିବେ, ସେନେଇ ଚିନ୍ତା କଲେ । ସେ ମୁହଁରେ ଫିଲର୍ସ ବ୍ୟବହାର କରିଲେ । କିନ୍ତୁ ଏହା ତାଙ୍କ ଚର୍ମ ଭିତରେ ଜମାଟ ବାନ୍ଧି ରହିଗଲା । ଯେଉଁଥିପାଇଁ ତାଙ୍କ ମୁହଁର ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଗଲା । ଶେଷରେ ଏହି ଫିଲରଗୁଡ଼ିକୁ ତାଙ୍କ ମୁହଁରୁ ହଟାଇବା ପାଇଁ ରାଜୀଙ୍କୁ ଏକ ସର୍ଜନଙ୍କ ନିକଟକୁ ଯିବାକୁ ପଡିଲା । ସେଠାରେ ଦେଖାଗଲା ଯେ ଏହି ଫିଲରଗୁଡ଼ିକ ସିମେଣ୍ଟ ପରି ମୁହଁରେ ସେଟ୍ ହୋଇଯାଇଛି ।
ଏହାକୁ ହଟାଇବା ପାଇଁ ସର୍ଜନଙ୍କୁ ଏକ ଆରୀ ସାହାଯ୍ୟ ନେବାକୁୁ ପଡିଲା । ପରେ ତାଙ୍କ ମୁହଁରୁ ଫିଲରକୁ କାଡ଼ି ଦିଆଗଲା । ପ୍ଲାଷ୍ଟିକ୍ ସର୍ଜନ ଡା. ଟେରି ଡବ୍ରୋ କହିଛନ୍ତି ଯେ, ଏହି ମାମଲା ସବୁଠାରୁ କଷ୍ଟଦାୟକ ଥିଲା । ରାଜୀ ନାମକ ଜଣେ ମହିଳା ତାଙ୍କ ନିକଟକୁ ଆସିଥିଲେ । ତାଙ୍କ ମୁହଁର ଅବସ୍ଥା ବହୁତ ଖରାପ ଥିଲା । ସେ କହିଥିଲେ ଯେ ସ୍ୱତନ୍ତ୍ର ଗାଲ ଚାହୁଁଛନ୍ତି । ପରେ ତାଙ୍କ ଗାଲରେ ଫିଲର୍ସ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏହା ତାଙ୍କ ମୁହଁରେ ଗୁପ୍ରଭାବ ପଡିଥିଲା । ଏହାର ପ୍ରତିକ୍ରିୟା ହେତୁ ତାଙ୍କ ଚେହେରା ବିକୃତ ହୋଇଗଲା । ସୁନ୍ଦର ଦେଖାଯିବା ପରିବର୍ତ୍ତେ ଅସୁନ୍ଦର ହୋଇଗଲେ ।
ସେ ଇଞ୍ଜେକ୍ସନ ମାଧ୍ୟମରେ ତାଙ୍କ ମୁହଁରେ ଫିଲର ଭର୍ତ୍ତି କରିଥିଲେ । କିନ୍ତୁ ଏହା ତାଙ୍କ ମୁହଁ ଭିତରେ ସିମେଣ୍ଟ ପରି ଜମାଟ ବାନ୍ଧି ହୋଇଗଲା । ପ୍ରଥମେ ଡକ୍ଟର ଟେରି ଏହାକୁ ଦୁଇଟି ପର୍ଯ୍ୟାୟରେ ତରଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ଶେଷରେ, ସିମେଣ୍ଟ ପରି ଫ୍ରିଜ୍ ଫିଲରଗୁଡିକ ହଟାଇବା ପାଇଁ ତାଙ୍କୁ ଏକ ଛୋଟ ଆରିର ସାହାଯ୍ୟ ନେବାକୁ ପଡିଲା । ଏହି ପଦ୍ଧତି କରିବାକୁ ଡକ୍ଟର ଟେରିଙ୍କୁ ପ୍ରାୟ ୧୦ ମାସ ସମୟ ଲାଗିଲା ।
Comments are closed.